
ଭୁବନେଶ୍ୱର, ୨୧ ଏପ୍ରିଲ (ହି.ସ.)- ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି) ପକ୍ଷରୁ ୧୩୮ ପରିବାରଙ୍କୁ ଲଟେରୀ ମାଧ୍ୟମରେ ଗୃହ ଆବଂଟନ କରାଯାଇଛି। ବୁଦ୍ଧ ବିହାର ହାଉସିଂ ପ୍ରକଳ୍ପରେ ଏହି ହିତାଧିକାରୀମାନଙ୍କୁ ସ୍ଥାୟୀଭାବେ ରହିବା ପାଇଁ ପକ୍କା ଘର ପ୍ରଦାନ କରାଯାଇଛି । ଏହି ଉପଲକ୍ଷେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବିଏମସି ମେୟର, ଡେପୁଟି ମେୟର, କମିଶନର, ଅତିରିକ୍ତ କମିଶନର, ସ୍ଲମ ସେଟଲମେଂଟ କମିଟିର ଅଧ୍ୟକ୍ଷା, ବିଭିନ୍ନ ୱାର୍ଡର କର୍ପୋରେଟର ଓ ଟିମ୍ ବିଏମ୍ ସି ଉପସ୍ଥିତ ଥିଲେ । ଲଟେରୀ ମାଧ୍ୟମରେ ସମସ୍ତ ହିତାଧିକାରୀଙ୍କୁ ଗୃହ ଆବଂଟନ କରାଯାଇଥିଲା ।)
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା