
ଚମ୍ପୁଆ, ୨୧ ଏପ୍ରିଲ୍(ହି.ସ.) – ଚମ୍ପୁଆ ବ୍ଲକ ଅନ୍ତର୍ଗତ କାଶିପାଳ ୟୁଜିଏମଇ ସ୍କୁଲର ଶିକ୍ଷୟିତ୍ରୀ ବେବୀରାଣୀ ଗିରି ଆଜି ଜନଗଣନା କରିବାକୁ ଯାଉଥିବା ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇ ଆହତ ହୋଇଥିବା ଜଣାପଡିଛି। ତାଙ୍କୁ ପ୍ରାଥମିକ ସ୍ତରରେ ପ୍ରଥମେ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କେନ୍ଦୁଝର ଜିଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଆହତ ଖବର ଶୁଣି କାଶିପାଳ ୟୁଜିଏମଇ ସ୍କୁଲର ପ୍ରଧାନଶିକ୍ଷକ ଭକ୍ତବତ୍ସଳ ନାଏକ ପହଂଚି ତାଙ୍କୁ ଭଣ୍ଡା ଡାକ୍ତରଖାନାରେ ଭର୍ତି କରିଥିଲେ। ପରେ ତାଙ୍କ ସ୍ୱାମୀ ପ୍ରାଣୀଧନ ଚିକିତ୍ସକ ଟଙ୍କଧର ପ୍ରଧାନ ପହଂଚି ଶିକ୍ଷୟିତ୍ରୀଙ୍କୁ କେନ୍ଦୁଝର ଡାକ୍ତରଖାନାକୁ ନେଇ ତାଙ୍କର ଏକ୍ସରେ କରାଇଥିଲେ। ତେବେ ବର୍ତମାନ ଚମ୍ପୁଆରେ ୩୮ଡିଗ୍ରୀ ତାପମାତ୍ରାରେ ଡହଡହଖରାରେ ଯୁଦ୍ଧ କାଳିନ ଭିତିରେ ଜନଗଣନା କରୁଥିବାରୁ ଶିକ୍ଷକମାନେ କୋଉଠି ଅଂଶୁଘାତ ତ କୋଉଠି ବିଭିନ୍ନ ପ୍ରକାର ଅଘଟଣର ଶିକାର ହେଉଛନ୍ତି। ତାଲିମ ସମୟରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଉପଯୁକ୍ତ ତାଲିମ ପ୍ରଦାନ କରି ଏବଂ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ କାର୍ଯ୍ୟ କରିବାକୁ ପରାମର୍ଶ ଦେବା ଉଚିତ ବୋଲି ଚର୍ଚ୍ଚା ହେଉଛି। ତୁରନ୍ତ ଏ ଦିଗରେ ସ୍ଥାନୀୟ ପ୍ରଶାସନ ଧ୍ୟାନ ଦେବାକୁ ଦାବି ହେଉଛି।
.......................................
ହିନ୍ଦୁସ୍ଥାନ ସମାଚାର / Trinath Mahanta