
ଜୟପୁର, ୨୧ ଏପ୍ରିଲ୍(ହି.ସ.) – କୋରାପୁଟ ଜିଲ୍ଲା କପ୍ସଗ୍ରେସ କମିଟି ନେତୃତ୍ୱରେ ସ୍ଥାନୀୟ କପ୍ସଗ୍ରେସ ଭବନ ପରିସରରେ ଜିଲ୍ଲା ସ୍ତରୀୟ ସମବାୟବିତ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଓଡିଶା ପ୍ରଦେଶ କପ୍ସଗ୍ରେସ କମିଟି ରାଷ୍ଟ୍ରିୟ ସପ୍ସଯୋଜକ ଅମିୟ କୁମାର ପଟ୍ଟନାୟକ ଉପସ୍ଥିତ ରହି ବିଶେଷ କରି ଚାଷି ସମସ୍ୟା ଓ ସମବାୟ ସମସ୍ୟ ଏହି ଦୁଇଟି ପ୍ରସଙ୍ଗରେ ଆଜି ଆଲୋଚନା କରାଯାଇଥିଲା। ସମବାୟ ସପ୍ସସ୍ଥା ଗୁଡିକ ବର୍ତମାନ ରାଜନେ?ତିକ ନେତାଙ୍କ କବଜାରେ ରହିଛି। ସଦସ୍ୟ ମାନେ ସୁବିଧା ପାଆନ୍ତି ନାହିଁ। ବିଜେଡି ଓବିଜେପି ଶାସନ କାଳରେ ସମବାୟ ସପ୍ସସ୍ଥାକୁ ନେତା ଓ ମନ୍ତ୍ରୀ ମାନେ ନିଜ କବଜାରେ ରଖିବାକୁ ଚାହୁଁଛନ୍ତି। ଯେଉଁ ସମବାୟ ସପ୍ସସ୍ଥାକୁ କପ୍ସଗ୍ରେସ ଅମଳରେ ଶଶକ୍ତ କରାଯାଇଥିଲା ତାହାକୁ ଆଜି ଚୁରମାର କରି ଦିଆଯାଉଛି। ସମବାୟ ସପ୍ସସ୍ଥା ସାଧାରଣ କୃଷକଙ୍କ ଜୀବନ ଜୀବିକାର ପେଣ୍ଠସ୍ଥଳ। ସମବାୟସମିତି ରକ୍ଷାକବଚକୁ ପ୍ରତ୍ୟାକ୍ଷାନ କରାଯାଉଥିବା ଯୋଗୁଁ କପ୍ସଗ୍ରେସ ଏହାର ଉଚିତ ଜବାବ ଦେବ। କୋରାପୁଟ ଜିଲ୍ଲାର ସମସ୍ତ ବ୍ଲକରେ ସମବାୟବିତମାନଙ୍କୁ ଚିହ୍ନଟ କରାଯିବ। ରବି ରୁତୁରେ ଅନେକ ଚାଷି ନାମ ପଞ୍ଜିକରଣ କରିନାହାନ୍ତି। ରବିଚାଷ ନିମନ୍ତେ ସମସ୍ତଙ୍କ ନାମ ପଞ୍ଜିକରଣ କରାଯାଉ। ଚାଷିଙ୍କୁ ମାସିକ ପେନସନ ବାବଦରେ ୫ହଜାର ଦିଆଯାଉ। ଅଷୟ ତୃତୀଆ ଅବସରରେ ପିଏମ କିଶାନ ଯୋଜନାରେ ୫୧ ଲକ୍ଷ ଚାଷିଙ୍କୁ ୨ହଜାର ଟଙ୍କା ପ୍ରଦାନ କରିଛୁ ବୋଲି ଗତକାଲି ଘୋଷଣା କରାଯାଇଥିଲା କିନ୍ତୁ ୪୧ ଲକ୍ଷ ଚାଷୀ ଯୋଜନାର ଲାଭ ପାଇଛନ୍ତି। ଆଉ ୧୦ ଲକ୍ଷ ଚାଷି କୁଆଡେ ଗଲେ ବୋଲି ଆଜି ଅମିୟ କୁମାର ପଟ୍ଟନାୟକ ପ୍ରଶ୍ନ କରିଛନ୍ତି। କୋରାପୁଟ୍ ଜିଲ୍ଲାରେ ଶିତଳ ଭଣ୍ଡାର ନାହିଁ, ଆରଏମସି ଅଚଳ ଅବସ୍ଥା ରେ ଅଛି ତେଣୁ ଏଥିପ୍ରତି କପ୍ସଗ୍ରେସ ସ୍ୱର ଉଠାଉଛି ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କପ୍ସଗ୍ରେସ କମିଟି ସଭାପତି ରୁପକ ତୁରୁକଙ୍କ ସମେତ ଅନ୍ୟ କପ୍ସଗ୍ରେସ କର୍ମୀ ଉପସ୍ଥିତ ଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି