ଗ୍ରୀଷ୍ମ ପ୍ରବାହ ଯୋଗୁଁ ୨୨ ରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ
ବଲାଙ୍ଗିର, 22 ଏପ୍ରିଲ୍ ( ହି.ସ.) ବଲାଙ୍ଗୀର ଜିଲ୍ଲାରେ ଚାଲୁଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଓ ଭୁବନେଶ୍ୱର ଆଇଏମଡିଙ୍କ ଚେତାବନୀକୁ ଦୃଷ୍ଟିରେ ରଖି, ଛାତ୍ରଛାତ୍ରୀ ଓ ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ କଲ୍ୟାଣ ପାଇଁ ଜିଲ୍ଲା ପ୍ରଶାସନ ୨୨ ଏପ୍ରିଲ ୨୦୨୬ ରୁ ୨୫ ଏପ୍ରିଲ ୨୦୨୬ ପର୍ଯ୍
ଗ୍ରୀଷ୍ମ ପ୍ରବାହ ଯୋଗୁଁ ୨୨ ରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ


ଗ୍ରୀଷ୍ମ ପ୍ରବାହ ଯୋଗୁଁ ୨୨ ରୁ ୨୫ ଏପ୍ରିଲ ପର୍ଯ୍ୟନ୍ତ ବଲାଙ୍ଗୀର ଜିଲ୍ଲାର ସ୍କୁଲ, କଲେଜ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ


ବଲାଙ୍ଗିର, 22 ଏପ୍ରିଲ୍ ( ହି.ସ.)

ବଲାଙ୍ଗୀର ଜିଲ୍ଲାରେ ଚାଲୁଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ପରିସ୍ଥିତି ଓ ଭୁବନେଶ୍ୱର ଆଇଏମଡିଙ୍କ ଚେତାବନୀକୁ ଦୃଷ୍ଟିରେ ରଖି, ଛାତ୍ରଛାତ୍ରୀ ଓ ପିଲାମାନଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ଓ କଲ୍ୟାଣ ପାଇଁ ଜିଲ୍ଲା ପ୍ରଶାସନ ୨୨ ଏପ୍ରିଲ ୨୦୨୬ ରୁ ୨୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ସମସ୍ତ ଶିକ୍ଷା ସଂସ୍ଥାନ ଓ ଅଙ୍ଗନୱାଡି କେନ୍ଦ୍ର ବନ୍ଦ କରିବାକୁ ନିର୍ଦ୍ଦେଶ ଜାରି କରିଛି । ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ବିଦ୍ୟାଳୟ, ସମସ୍ତ ଅଙ୍ଗନୱାଡି କେନ୍ଦ୍ର, ଏବଂ ସମସ୍ତ ସରକାରୀ, ଅନୁଦାନପ୍ରାପ୍ତ ଓ ବେସରକାରୀ କଲେଜ ୨୨ ରୁ ୨୫ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ବନ୍ଦ ରହିବ। ବିଦ୍ୟାଳୟ ଓ ମହାବିଦ୍ୟାଳୟର ଶିକ୍ଷକ/ଅଧ୍ୟାପକମାନେ ସଂସ୍ଥାନରେ ଉପସ୍ଥିତ ରହି ଅନଲାଇନ୍ କ୍ଲାସ ନେବେ। ଅଙ୍ଗନୱାଡି କେନ୍ଦ୍ରରେ ଗରମ ଖାଦ୍ୟ ପରିବର୍ତ୍ତେ ଘରକୁ ନେବା ପାଇଁ ରାସନ ବଣ୍ଟନ ସୁନିଶ୍ଚିତ କରାଯିବ। ଜନଗଣନା କାର୍ଯ୍ୟ ଗ୍ରୀଷ୍ମ ପ୍ରବାହ ପ୍ରୋଟୋକଲ ଅନୁସରଣ କରି ଜାରି ରହିବ। ପରୀକ୍ଷା ପୂର୍ବ ନିର୍ଦ୍ଦିଷ୍ଟ କାର୍ଯ୍ୟସୂଚୀ ଅନୁଯାୟୀ ହେବ। ଏହି ନିର୍ଦ୍ଦେଶ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବ। ସମସ୍ତ ଅଭିଭାବକ ଓ ଅଭିଜନଙ୍କୁ ଜିଲ୍ଲା ପ୍ରଶାସନଙ୍କ ଅନୁରୋଧ ଯେ, ପିଲାମାନଙ୍କୁ ଘରଭିତରେ ରଖିବେ, ପର୍ଯ୍ୟାପ୍ତ ପାଣି ପିଇବାକୁ ସୁନିଶ୍ଚିତ କରିବେ ଓ ଦିନର ତୀବ୍ର ଗରମ ସମୟରେ ବାହାରେ ଯିବାରୁ ବର୍ଜନ କରିବେ ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande