![]-09 ]-09](https://odia.hindusthansamachar.in/Encyc/2026/4/22/187f98c65100dcef2d0b25b61d669060_1635986936_H@@IGHT_0_W@@IDTH_600.jpeg)
ଭୁବନେଶ୍ୱର, ୨୨ ଏପ୍ରିଲ (ହି.ସ)- ରେଡ କ୍ରସ ସୋସାଇଟି ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ସମିତି ବୈଠକ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଏସମ୍ପର୍କରେ ଏକ୍ସରେ ପୋଷ୍ଟ କରି ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ରେଡ କ୍ରସ ସୋସାଇଟି ଓଡ଼ିଶା ଶାଖାର କାର୍ଯ୍ୟକାରିଣୀ ସମିତି ବୈଠକର ଅଧ୍ୟକ୍ଷତା କରି ରାଜ୍ୟରେ ରେଡ କ୍ରସ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ସମ୍ପର୍କରେ ଆଲୋଚନା କଲି। ଏଥିସହ ଆର୍ôଥକ ବର୍ଷ ବଜେଟ ୨୫-୨୬ର ଖର୍ଚ୍ଚ ଏବଂ ବଂଟନକୁ ନେଇ ମତାମତ ଗ୍ରହଣ କରାଯାଇଛି।
ଜନସେବା, ସଚେତନତା ଓ ସହଯୋଗ ଯୋଗାଇବାରେ ରେଡ କ୍ରସ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଏହି ସେବାମୂଳକ କାର୍ଯ୍ୟକୁ ଆହୁରି ସୁଦୃଢ଼ ଓ ବ୍ୟାପକ କରିବା ପାଇଁ ଆଗାମୀ ଦିନର କାର୍ଯ୍ୟପନ୍ଥାକୁ ନେଇ ବିସ୍ତୃତ ଭାବେ ଆଲୋଚନା କରାଯାଇଛି। ଆଜିର ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ରେଡ କ୍ରସ ସୋସାଇଟି ଓଡ଼ିଶା ଶାଖାର ବରିଷ୍ଠ ସଦସ୍ୟ ପଦ୍ମଶ୍ରୀ ଡ଼ ଦମୟନ୍ତୀ ବେଶ୍ରା, ସୁଦର୍ଶନ ନାୟକ,ସ୍ୱଂୟ ବରାଳ ପ୍ରମୁଖ ଉପସ୍ଥିତ ଥିଲେ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା