
ଜୟପୁର, ୨୮ ଏପ୍ରିଲ୍(ହି.ସ.) – କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ଠାରେ ଅଜଣା ଗାଡି ଧକ୍କାରେ ଜଣେ ମୃତ୍ୟୁ ବରଣ କରିଥିବାବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି। ମୃତକ ଜଣକ ହେଲେ ହଳ ଧର ନାୟକ(୫୨) ଓ ଗୁରୁତର ଜଣକ ହେଲେ ନରସିଂହ ବେହେରା(୫୫)। ସୁଚନା ଅନୁଯାଇ ଆଜି ହଳ ଧର ନାୟକ(୫୨) ଓ ଗୁରୁତର ଜଣକ ହେଲେ ନରସିଂହ ବେହେରା(୫୫) ପ୍ରତହ ଭ୍ରମଣ କରୁଥିବା ବେଳେ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ହଳ ଦରଙ୍କ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିବାବେଳେ ନରସିଂହ ଗୁରୁତର ହୋଇଥିଲେ। ନରସିଂହଙ୍କୁ ପ୍ରଥମେ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳରେ ଭର୍ତିି କରାଯାଇଥିବାବେଳେ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି। ଉମୁରିରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ଏଠାରେ ବେରିକେଟ ନିର୍ମାଣ ସହ ସିସି କ୍ୟାମେରା ଲଗାଇବା, ଦୁର୍ଘଟଣା ଘଟାଇଥିବା ଗାଡିକୁ ଠାବ କରିବା ଦାବି ଟୟାର ଜାଳି ରାସ୍ତା ରୋକ କରିଥିଲେ। ଘଟଣା ସ୍ଥଳରେ ଏସଡିପିଓ ଅଚ୍ଚିତା ମିତଲ ପହଂଚିି ବୁଢା ସୁଝା କରିବାରୁ ରାସ୍ତା ରୋକରୁ ଓହରି ଥିଲେ। ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି।
.......................................
ହିନ୍ଦୁସ୍ଥାନ ସମାଚାର / ପିକେପି