
ଜୟପୁର, 28 ଏପ୍ରିଲ୍ (ହି.ସ.) ଜୟପୁର ସଦର ଥାନା ଅଞ୍ଚଳ ରେ ଜଣେ ବିକଳାଙ୍ଗ ଝିଅକୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି l ପଲକାପୁଟ ଗ୍ରାମର ଜଣେ ଯୁବକ ଦୁଷ୍କର୍ମ କରିଥିବା ନେଇ ସଦରଥାନାରେ ଏକ ମାମଲା ରୁଜୁ ହୋଇଛି। ପୋଲିସ ସୂଚନା ଅନୁଯାୟୀ ଗତ ୨୩ ତାରିଖ ସକାଳୁ ଯୁବତୀ ନିକଟସ୍ଥ ଡଙ୍ଗରକୁ ବୁଲିବାକୁ ଯାଉଥିବା ସମୟରେ ଅଭିଯୁକ୍ତ ଦୁଷ୍କର୍ମ କରିଥିବା ନେଇ ପିଡିତାଙ୍କ ବାପା ସଦରଥାନାରେ ଲିଖିତ ଅଭିଯୋଗ ଦେଇଛନ୍ତି। ଅଭିଯୋଗକୁ ଭିତ୍ତିକରି ପୋଲିସ ଏକ ମାମଲ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି