ଅଜଣା ଗାଡି ଧକ୍କାରେ ଗୁରୁତର ବ୍ୟକ୍ତିଙ୍କର ମୃତ୍ୟୁ
ଜୟପୁର, 29 ଏପ୍ରିଲ୍ (ହି.ସ.) -ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ଠାରେ ଅଜଣା ଗାଡି ଧକ୍କାରେ ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କର ଚିକିତ୍ସାଧିନ ଅବସ୍ଥାରେ ମୁତ୍ୟୁ ହୋଇଛି । । ମୃତକ ଜଣକ ହେଲେ ନରସିଂହ ବେହେରା (୫୫) । ସୁଚନା ଅନୁଯାଇ ମ
ଅଜଣା ଗାଡି ଧକ୍କାରେ ଗୁରୁତର ବ୍ୟକ୍ତିଙ୍କର ମୃତ୍ୟୁ


ଜୟପୁର, 29 ଏପ୍ରିଲ୍ (ହି.ସ.) -ଜୟପୁର ସଦର ଥାନା ଅନ୍ତର୍ଗତ ଉମୁରି ଠାରେ ଅଜଣା ଗାଡି ଧକ୍କାରେ ଘଟଣା ସ୍ଥଳରେ ଜଣେ ମୃତ୍ୟୁ ବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଥିବା ବ୍ୟକ୍ତିଙ୍କର ଚିକିତ୍ସାଧିନ ଅବସ୍ଥାରେ ମୁତ୍ୟୁ ହୋଇଛି । । ମୃତକ ଜଣକ ହେଲେ ନରସିଂହ ବେହେରା (୫୫) । ସୁଚନା ଅନୁଯାଇ ମଙ୍ଗଳବାର ହଳ ଧର ନାୟକ (୫୨) ନରସିଂହ ବେହେରା (୫୫) ପ୍ରାତଃ ଭ୍ରମଣ କରୁଥିବା ବେଳେ ଅଜଣା ଗାଡି ଧକ୍କା ଦେଇଥିଲା । ଫଳରେ ହଳ ଧରଙ୍କ ଘଟଣା ସ୍ଥଳରେ ମୃତ୍ୟୁ ବରଣ କରିଥିବା ବେଳେ ନରସିଂହ ଗୁରୁତର ହୋଇଥିଲେ । ନରସିଂହଙ୍କୁ ପ୍ରଥମେ ଜୟପୁର ସ୍ଥିତ ଜିଲା ଚିକିତ୍ସାଳରେ ଭତ୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଥିଲ । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ତାଙ୍କ ଶବକୁ ଜୟପୁର ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ବୁଧବାର ଶବ ବ୍ୟବଛେଦ କରାଯାଇ ପରିବାର ଲୋକଙ୍କୁ ହସନ୍ତାର କରାଯାଇଛି । ଉମୁରି ରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି । ଏଠାରେ ବେରିକେଟ ନିର୍ମାଣ ସହ ସିସି କ୍ୟାମେରା ଲଗାଇବା , ଦୁର୍ଘଟଣା ଘଟାଇଥିବା ଗାଡିକୁ ଠାବ କରିବା ଦାବି ଟୟାର ଜାଳି ଶବକୁ ରାସ୍ତା ରେ ରଖି ରାସ୍ତା ରୋକ କରିଥିଲେ । ଘଟଣା ସ୍ଥଳରେ ଏସଡିପିଓ ଅଚ୍ଚିତା ମିତ୍ତଲ ପହଞ୍ଚି ବୁଝା ସୁଝା କରିବାରୁ ରାସ୍ତା ରୋକରୁ ଓହରି ଥିଲେ । ପୋଲିସ ଦୁର୍ଘଟଣା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

---------------

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande