
କନ୍ଧମାଳ , ୨୯ ଏପ୍ରିଲ୍ (ହି.ସ.) ବିବାହ ପ୍ରଲୋଭନ ଦେଖାଇ ନାବାଳିକା ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ କୁ ୨୦ ବର୍ଷ ଜେଲ ବୁଧବାର ଫୁଲବାଣୀ ଅତିରିକ୍ତ ଜିଲ୍ଲା ଦୌରl ଜଜ୍ ତଥା ଏଫ୍ ଟି ଏସ ସି ବିଚାର ପତି କୈଳାସ ଚନ୍ଦ୍ର ସ୍ବାଇଁ ଦାରିଂବାଡ଼ି ଥାନା ଅଞ୍ଚଳ ର ନାବାଳିକା କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଅଭିଯୁକ୍ତ ଜହନ ମଙ୍ଗଲି କୁ ୨୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୧୦ହଜାର ଟଙ୍କା ଜୋରିମାନା ଆଦେଶ ଦେଇଛନ୍ତି l ଜୋରିମାନା ଅନାଦେୟ ୧ବର୍ଷ ଅଧିକ ଜେଲ ଦଣ୍ଡ ଶୁଣାଇଛନ୍ତି କୋର୍ଟ l ସୂଚନା ଯୋଗ୍ୟ ଯେ, ଅଭିଯୁକ୍ତ ଜହଁନ ଦାରିଂବାଡ଼ି ଅଞ୍ଚଳ ର ଜଣେ ନାବାଳିକା କୁ ଵିଵାହ ପ୍ରତିଶ୍ରୁତି ଦେଇ ନିଜ ଗ୍ରାମ କୁ ନେଇ ବାରମ୍ବାର ଦୁଷ୍କର୍ମ କରି ଥିବା ନେଇ ନାବାଳିକା ଜଣକ ଘରକୁ ଫୋନ୍ ରେ କହିବା ପରେ ପରିବାର ଲୋକେ ଏ ନେଇ ଦାରିଂବାଡ଼ି ଥାନାରେ ଏତଲା ଦେଇଥିଲେ l ଦାରିଂବାଡ଼ି ପୋଲିସ ଏହି ସଂକ୍ରାନ୍ତରେ ପୋଲିସ୍ ଏକ ମାମଲା ଗତ ୨୦୨୫ ମସିହା ମେ ମାସ ୧୫ ତାରିଖରେ ୯୨/୨୫ ରୁଜ୍ଜୁ କରି ନାବାଳିକା କୁ ଉଦ୍ଧାର କରିବା ସହ ଅଭିଯୁକ୍ତ କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା l ଆଜି ଡାକ୍ତର ସମେତ ୧୪ଜଣ ସାକ୍ଷୀ ପ୍ରମାଣ କୂ ଭିତ୍ତି କରି ମାନ୍ୟବର ବିଚାରପତି ଉପରୋକ୍ତ ରାୟ ପ୍ରକାଶ କରିଛନ୍ତି l ଏଥି ସହିତ ପୀଡ଼ିତl କୁ ୫ ଲକ୍ଷ ଟଙ୍କାର କ୍ଷତି ପୂରଣ ପ୍ରଦାନ କରିବା ପାଇଁ ଜିଲ୍ଲା ଆଇନ୍ ସେବା ପ୍ରାଧୀକରଣ କୁ ନିର୍ଦ୍ଦେଶ ଦେଇଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ