
କନ୍ଧମାଳ , ୨୯ ଏପ୍ରିଲ୍ (ହି.ସ.) କନ୍ଧମାଳ ଜିଲ୍ଲା ଟିକାବାଲି ଥାନା ଛତିଝାର ନିକଟରେ ଏକ ଚଳନ୍ତା କାର ରେ ନିଆଁ ଲାଗିଥିବା ଫଳରେ କାର ଟି ସମ୍ପୂର୍ଣ୍ଣ ଭାବେ ହୁତ ହୋଇ ରାସ୍ତା ଉପରେ ଜଳିଯାଇଥିଲା l କାର ଟି ବିଶାଖା ପାଟଣା ରୁ ଅନୁଗୁଳ ଯାଉଥିବା ବେଳେ ସର୍ଟ ସର୍କିଟ ହୋଇ ଗାଡି ରୁ ଧୂଆଁ ବାହାରି ଜଳିଯାଇଥିବl ଜଣାପଡିଛି l ଖବର ପାଇ ଟିକାବାଲି ପୋଲିସ୍ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ ମଧ୍ଯ କାର୍ ଟି ସମ୍ପୂର୍ଣ୍ଣ ଭାବେ ଜଳି ଯାଇଥିଲା l ତେବେ କେହି ମୃତାହତ ହୋଇନଥିବା ଜଣାପଡିଛି l ତେବେ କିଛି ସମୟ ପାଇଁ ବ୍ରହ୍ମପୁର ଫୁଲବାଣୀ ଏନ୍ ଏଚ୍ ରେ ଯାନ ବlହନ ଅଟକି ରହିଥିଲା l କାର ରେ କେତେ ଜଣ ଯାଉଥିଲେ ଜଣା ପଡିନି l ତେବେ ଘଟଣାରେ କେହି ମୃତାହତ ହୋଇନଥିବା ଜଣାପଡିଛି।
ହିନ୍ଦୁସ୍ଥାନ ସମାଚାର / ପ୍ରଶାନ୍ତ