ବେଆଇନ ଗ୍ୟାସ ଗୋଦାମ ଉପରେ ଯୋଗାଣ ବିଭାଗ ଚଢ଼ାଉ
ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - ରାଜଧାନୀରେ ବେଆଇନ ଗ୍ୟାସ ଗୋଦାମ ଉପରେ ଯୋଗାଣ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଗ୍ୟାସ୍ ସିଲିଣ୍ଡର ଜବତ କରିଛି। ଖୋର୍ଦ୍ଧା ସିଏସଓଙ୍କ ନେତୃତ୍ୱରେ ସାମନ୍ତରାପୁର ନିକଟରେ ଏକ ଆଜବେଷ୍ଟସ୍ ଘରେ ଚାଲିଥିଲା ଗୋଦାମ ଉପରେ ଚଢାଉ ହୋଇଥିଲା। ଚଢାଉ ବେଳେ ୧୦ଟି ଡୋମେଷ୍ଟିକ
ବେଆଇନ ଗ୍ୟାସ ଗୋଦାମ ଉପରେ ଯୋଗାଣ ବିଭାଗ ଚଢ଼ାଉ


ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - ରାଜଧାନୀରେ ବେଆଇନ ଗ୍ୟାସ ଗୋଦାମ ଉପରେ ଯୋଗାଣ ବିଭାଗ ଚଢ଼ାଉ କରି ବିପୁଳ ପରିମାଣର ଗ୍ୟାସ୍ ସିଲିଣ୍ଡର ଜବତ କରିଛି। ଖୋର୍ଦ୍ଧା ସିଏସଓଙ୍କ ନେତୃତ୍ୱରେ ସାମନ୍ତରାପୁର ନିକଟରେ ଏକ ଆଜବେଷ୍ଟସ୍ ଘରେ ଚାଲିଥିଲା ଗୋଦାମ ଉପରେ ଚଢାଉ ହୋଇଥିଲା। ଚଢାଉ ବେଳେ ୧୦ଟି ଡୋମେଷ୍ଟିକ ସିଲିଣ୍ଡର ଜବତ ହୋଇଛି। ଏହାସହ ୬୦ ଖାଲି ସିଲିଣ୍ଡର , ୫ କେଜିଆ ୧୭ରୁ ରୁ ଉର୍ଦ୍ଧ୍ୱ ଖାଲି ସିଲିଣ୍ଡର ଜବତ ହୋଇଛି। ତେବେ ଗ୍ୟାସ ଗୋଦାମ ମାଲିକ ଫେରାର ହୋଇଯାଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ବନ୍ଦନା


 rajesh pande