
ଭୁବନେଶ୍ୱର, ୦୮ ଏପ୍ରିଲ (ହି.ସ.) - ନିଜ ବିଭାଗର ସଫଳତା ଓ ବଜେଟ ଖର୍ଚ୍ଚ ଏବଂ ଆଗାମୀ ଦିନର ଲକ୍ଷ୍ୟ ନେଇ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ରବି ନାରାୟଣ ନାଏକ ଏକ ସାମ୍ବାଦିକ ସମ୍ମିଳନୀରେ ବିସ୍ତୃତ ତଥ୍ୟ ଦେଇଛନ୍ତି। ୧୭୦୦ କିଲୋମିଟର ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନାରେ ରାସ୍ତା ନିର୍ମାଣ ପାଇଁ ମଞ୍ଜୁର ମିଳିଛି । ବର୍ତମାନ ସୁଦ୍ଧା ୮୯.୪୭ ପ୍ରତିଶତ ଲକ୍ଷ୍ୟ ହାସଲ କରିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ୮୫୮୦.୨୪ କୋଟି ଟଙ୍କାର ବଜେଟ ଅଟକଳ ହୋଇଛି । ୫୨୧୧କିମି ରୋଡ ସହ ୨୧୭୯ ଟି ରାସ୍ତା ନିର୍ମାଣ ହୋଇଛି । ୩୪୪୪.୪୧ କୋଟି ଟଙ୍କା ଏମଏମଏସୱାଇରେ ୯୯.୭୯ ପ୍ରତିଶତ କାମ ହୋଇଛି । ୪୭୦୦ କିଲୋମିଟର ରାସ୍ତା ୨୦୨୫-୨୬ ରେ ସମ୍ପୂର୍ଣ୍ଣ ହୋଇଛି । ନକ୍ସଲ ଅଂଚଳ ରେ ୩୦୧୮.୭୯ କିଲୋମିଟର କାମ ସହ ୫୫ ଟି ରାସ୍ତା ଶେଷ ହୋଇଛି । ଏଥିପାଇଁ ୧୭୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ରେ ୬୩୫.୧୨ କିଲୋମିଟର ରାସ୍ତା ଶେଷ ହୋଇଛି । ସେତୁବନ୍ଧ ଯୋଜନା ରେ ୭୫ ହଜାର କିଲୋମିଟର ରାସ୍ତା ତିଆରି କରିବୁ । ୫ ହଜାର ସେତୁ ନିର୍ମାଣ ହେବ । ମୋ ବିଭାଗରେ ୫୦୦ ସେତୁ ନିର୍ମାଣ ପାଇଁ ଦାୟିତ୍ୱ ମିଳିଥିଲା ୨୯୪ ଟି ବ୍ରିଜ ଶେଷ ହୋଇଛି । ୩୭୪ ନୂଆ ବ୍ରିଜ କାମ ପାଇଁ ଆପ୍ରୁଭ ହୋଇଛି । ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ରେ ୫୨୫.୯୦ କିଲୋମିଟର ରାସ୍ତା ସହ ୨୭ ଟି ବ୍ରିଜ କାମ ସରିଛି । ଆଗାମୀ ଦିନରେ ଜିରୋ କନେଟଭିଟ ଲକ୍ଷ୍ୟ ରହିଛି ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା