

ହରିଚନ୍ଦନପୁର, ୨୮ ମଇ (ହି.ସ.)- କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ଅନ୍ତର୍ଗତ ରାସୋଳ ଛକ ନିକଟରେ ଘଟିଛି ଦୁର୍ଘଟଣା ।
ସୂଚନା ମୁତାବକ, ଢେଙ୍କାନାଳ ଟାଉନରୁ ୪ ଜଣ ମା ତାରିଣୀଙ୍କ ଦର୍ଶନ ନିମନ୍ତେ ଘଟଗାଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । (ଓଡି ୦୨ ୟୁ ୮୦୩୯) ଓ୍ବାଗନର କାରଟି ଚାଲୁଥିବା ବେଳେ କୌଣସି କାରଣରୁ ଗାଡ଼ିର ପଛ ବାମ ଚକା ଖୋଲି ଯାଇଥିଲା । ଫଳରେ ଗାଡିଟି ଭାରସାମ୍ଯ ହରାଇ ନଦୀ ପୋଲ ବାଡ଼ାରେ ଧକ୍କା ଦେଇ ପୋଲ ତଳେ ଥିବା ପାଣି ଭିତରକୁ ପଡିଯାଇଥିଲା । ଗାଡିରୁ ୩ ଜଣ ଛିଟିକି ବାହାରି ପଡିଥିଲେ, ସେଥି ମଧ୍ୟରୁ ଜଣକର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ହୋଇଥିଲେ । ପରେ ପାଣି ଭିତରେ ପଡିଥିବା ଗାଡିରୁ ସ୍ଥାନୀୟ ଲୋକ ଓ ଦୈତାରୀ ପୋଲିସ ସହାୟତାରେ ଆଉ ଜଣଙ୍କୁ ଉଦ୍ଧାର କରାଯାଇଛି। କିନ୍ତୁ ଦୁଃଖର ବିଷୟ ତାଙ୍କର ମୃତ୍ୟୁ ଘଟିଛି । ସ୍ଥାନୀୟ ଲୋକ ଓ ପୋଲିସ ସହଯୋଗରେ ସମସ୍ତଙ୍କୁ ଆମ୍ବୁଲାନ୍ସ ଯୋଗେ ଭଗାମୁଣ୍ଡା ଗୋଷ୍ଠି ସ୍ବାସ୍ଥ୍ଯକେନ୍ଦ୍ରକୁ ପଠାଯାଇଛି ।
ହିନ୍ଦୁସ୍ଥାନ ସମାଚାର / ପ୍ରେମାନନ୍ଦ