
ଜୟପୁର, ୨୮ ମେ (ହି.ସ.) କୋରାପୁଟ ଜିଲାରେ ଦର ଦାମ ଆହେତୁକ ଭାବେ ବୃଦ୍ଧି ପାଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ପାଇଁ ଦେଶରେ ଏଲ୍ପିପିଜି ଦର ମାର୍ଚ୍ଚ ମାସରେ ବଢ଼ିଥିବା ବେଳେ ବାଣିଜ୍ୟିକ ଏଲ୍ପପିଜି ନ ମିଳିବାରୁ ହୋଟେଲ ଓ ରେସ୍ତୋରାଁରେ ଖାଇବା ମହଙ୍ଗା ହୋଇଥିଲା । ୫ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ବିଧାନସଭା ନିର୍ବାଚନ ସରିବା ପରେ ସରକାରୀ ତେଲ କମ୍ପାନିଗୁଡ଼ିକ ପେଟ୍ରୋଲ ଓ ଡିଜେଲ ଦର ୯ ଦିନରେ ୩ ଥର ବଢ଼ାଇଲେ । ଏଥିପାଇଁ ପେଟ୍ରୋଲ୍ ଓ ଡିଜେଲ୍ ଦର ମହଙ୍ଗା ହୋଇଯାଇଛି । ବିଗତ କିଛିଦିନ ମଧ୍ୟରେ ଖାଇବା ତେଲ, ଡାଲି ଦର ବଢ଼ିଥିବାବେଳେ ଆଜି କଂଚା ପରିବା ଦର ବଢ଼ିଯାଇଛି । ପ୍ରାୟ ସବୁ କଂଚା ପରିବା ଦର କୋରପୁଟ ଜିଲା ର ଜୟପୁର ସହର, ସେମିଳିଗୁଡା, କୋରାପୁଟ, ବୋରିଗୁମ୍ମା, ବୈପାରିଗୁଡା, ଲମତାପୁଟ ବଜାରରେ କିଲୋଗ୍ରାମ ପିଛା ୫ରୁ ୧୦ ଟଙ୍କା ଲେଖାଏଁ ବଢ଼ ିଯାଇଛି । ସୂଚନା ଅନୁଯାୟୀ, ବାଇଗଣର ଖୁଚୁରା ଦର ୬୦ ଟଙ୍କା, କଲରା ଦର ୬୦ରୁ ୮୦ ଟଙ୍କା, କାଙ୍କଡ଼ ୬୦ରୁ ୮୦ ଟଙ୍କା, ଗାଜର ୪୦ରୁ ୬୦ ଟଙ୍କା, ସଜନା ଛୁଇଁ ୮୦ରୁ ୧୦୦ ଟଙ୍କା, ଟମାଟୋ ୫୦ରୁ ୬୦ ଟଙ୍କା, ଭେଣ୍ଡି ୪୦ରୁ ୬୦ ଟଙ୍କା, ପୋଟଳ ୬୦ରୁ ୮୦ ଟଙ୍କା, କଖାରୁ ୩୦ ଟଙ୍କା, ଅମୃତଭଣ୍ଡା ୩୦ ଟଙ୍କା, ବନ୍ଧା କୋବି ୩୦ ଟଙ୍କାରେ ବିକ୍ରି ହୋଇଛି । ଖୁଚୁରା ବଜାରରେ ଅଦା ଓ ରୁସଣ ଦର କିଲୋଗ୍ରାମ ପିଛା ୧୨୦ ଟଙ୍କାରେ ବିକ୍ରି ହେଉଛି । ସପ୍ତାହକ ପୂର୍ବେ ହରଡ଼ ଡାଲି ଦାମ୍ କିଲୋଗ୍ରାମ ପିଛା ୧୨୦ ଟଙ୍କା ଥିବାବେଳେ ସଂପ୍ରତି ତାହା ୧୩୦ ଟଙ୍କାରେ ବିକ୍ରି ହେଉଛି । ସୋରିଷ ତେଲ ଓ ରିଫାଇନ୍ ତେଲ ଦର ଲିଟର ପିଛା ୧୦ ଟଙ୍କା ଲେଖାଏଁ ବଢ଼ ି ଯଥାକ୍ରମେ ୧୯୦ ଟଙ୍କା ଓ ୧୮୦ ଟଙ୍କା ହୋଇଛି । ଓଡ଼ିଶାକୁ ଅଧିକାଂଶ ଖାଦ୍ୟ ସାମଗ୍ରୀ ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ମଧ୍ୟପ୍ରଦେଶ, ରାଜସ୍ଥାନ, କର୍ଣ୍ଣାଟକ ଓ ତାମିଲନାଡ଼ ୁ ଭଳି ରାଜ୍ୟରୁ ଆସୁଛି । ଏଥିସହିତ ପାଇକାରୀ ବଜାରରୁ ଖୁଚୁରା ବଜାରରେ ସାମଗ୍ରୀ ପହଂଚିବା ଲାଗି ୩ରୁ ୪ ଦିନ ହୋଇଯାଉଛି । ତେଣୁ ଖାଉଟି ନିକଟରେ ସାମଗ୍ରୀ ପହଂଚିଲା ବେଳକୁ ଦର ୩ରୁ ୫ ଗୁଣା ବଢ଼ିଯାଉଛି । ପରିବହନ ଖର୍ଚ୍ଚ ୧୦ ପ୍ରତିଶତ ବଢ଼ ିଯାଇଛି । ସେଥିପାଇଁ ପରିବା ଦର ବଢ଼ିଯାଇଛି । ଆଗକୁ ସ୍ଥାନୀୟ ପରିବା ଶେଷ ହେବ । ଏହା ପରେ ଦରଦାମ ଆହୁରି ଅଧିକ ବଢ଼ ିବାର ଆଶଙ୍କା ରହିଛି । ବଜାରରେ ୨ରୁ ୫ ପ୍ରତିଶତ ଦର ବଢ଼ିବା ଓ କମିବା ସ୍ୱାଭାବିକ । କିନ୍ତୁ ଦର ଏବେ ଅସ୍ୱାଭାବିକ ଭାବେ ବଢ଼ୁଛି । ସର୍ବାଧିକ ଖୁଚୁରା ମୂଲ୍ୟ ଯିଏ ଯାହା ପାରିଲା ଲେଖୁଛି । ଉତ୍ପାଦନ ଖର୍ଚ୍ଚ କେତେ ରହୁଛି ଏବଂ ବିକ୍ରି ମୂଲ୍ୟ କେତେ ରହିବା ଉଚିତ, ସେ ସଂକ୍ରାନ୍ତରେ କେହି ଧ୍ୟାନ ଦେଉନାହାନ୍ତି । ସେହିଭଳି ଆମଦାନି ପରେ ଖାଇବା ତେଲ, ଡାଲି ଆଦି ଦର କେତେ ରହୁଛି ଏବଂ ଖାଉଟିଙ୍କୁ ବଜାରରେ କେତେ ଦରରେ ବିକ୍ର ି କରାଯାଉଛି ସେ ବାବଦରେ ମଧ୍ୟ ସରକାରଙ୍କ ନଜର ନାହିଁ । ତେଣୁ ଦରଦାମ ବହୁମାତ୍ରାରେ ବଢ଼ ୁଛି ଏବଂ ଖାଉଟି ଅସୁବିଧାରେ ପଡ଼ ୁଛନ୍ତି । ରାଜ୍ୟ ସରକାରଙ୍କୁ ଦରଦାମ ନିୟନ୍ତ୍ରଣ ପାଇଁ ଏକ କମିଟି ଗଠନ କରି ପ୍ରତି ୨ ମାସରେ ଥରେ ଏହି କମିଟିର ବୈଠକ କରିବା ପାଇଁ ଦାବି ହୋଇଛି । ସେହିଭଳି ଖଚୁରା ବଜାର ଉପରେ ସରକାରଙ୍କ ନିୟନ୍ତ୍ରଣ ନଥିବାରୁ ଦର ଉଚ୍ଚା ରହୁଛି ଜିଲା ବାସା କ୍ଷୋଭ ପ୍ରକାଶ କରିଛନ୍ତି । ତେଣୁ ଜିଲା ପ୍ରଶାସନ ତୁରନ୍ତ ଦରଦାମ ନିୟନ୍ତ୍ରଣ ପାଇ କମିଟି ଗଠନ କରି ଚଢାଉ କରିବାକୁ ଜିଲା ବାସୀ ଦାବି କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି