ଜିଲ୍ଲାର ପୁରୁଣା ବର୍ଷିୟାନ କଳାକାରମାନଙ୍କୁ ଅସମ୍ମାନ ଏବଂ ଅସହଯୋଗ ଅଭିଯୋଗ
ବଲାଙ୍ଗିର, 29 ମେ (ହି.ସ.) କଳା ଓ କଳାକାର ଙ୍କ ମାଟିି ବଲାଙ୍ଗିର ରେ ବର୍ତ୍ତମାନ ଅନେକ କଳାକାର ଓ କଳା ସଂଗଠନ ଜନ୍ମ ନେଇଛନ୍ତି । ସେଥିରୁ ଅନେକ ରାଜ୍ୟ, ଦେଶ ତଥା ଦେଶ ବାହାରେ ନାଁ ମଧ୍ୟ କିଛି ସାରିଲେଣି କିନ୍ତୁ ଜିଲ୍ଲାର ପୁରୁଣା ବର୍ଷିୟାନ କଳାକାରମାନଙ୍କୁ ଯେମିତି ସମ୍ମାନ ଏବଂ ସହଯୋଗ ମିଳିବା କ
ଜିଲ୍ଲାର ପୁରୁଣା ବର୍ଷିୟାନ କଳାକାରମାନଙ୍କୁ ଅସମ୍ମାନ ଏବଂ ଅସହଯୋଗ ଅଭିଯୋଗ


ବଲାଙ୍ଗିର, 29 ମେ (ହି.ସ.) କଳା ଓ କଳାକାର ଙ୍କ ମାଟିି ବଲାଙ୍ଗିର ରେ ବର୍ତ୍ତମାନ ଅନେକ କଳାକାର ଓ କଳା ସଂଗଠନ ଜନ୍ମ ନେଇଛନ୍ତି । ସେଥିରୁ ଅନେକ ରାଜ୍ୟ, ଦେଶ ତଥା ଦେଶ ବାହାରେ ନାଁ ମଧ୍ୟ କିଛି ସାରିଲେଣି କିନ୍ତୁ ଜିଲ୍ଲାର ପୁରୁଣା ବର୍ଷିୟାନ କଳାକାରମାନଙ୍କୁ ଯେମିତି ସମ୍ମାନ ଏବଂ ସହଯୋଗ ମିଳିବା କଥା ତାହା ହେଉ ନାହିଁ ଓଲଟା ସେମାନଙ୍କୁ ଅଯଥା ରେ ହଇରାଣ କରାଯାଉଛି ବୋଲି ଅଭିଯୋଗ କରିଛନ୍ତି ବର୍ଷିୟାନ କଳାକାର ଗୁରୁ ଘାସୀରାମ ମିଶ୍ର । ଶ୍ରୀ ମିଶ୍ରଙ୍କ କହିବା ଅନୁସାରେ ଗତ ତିନିମାସ ତଳେ ମୋତେ ଇଜେଡ୍ସିସି ବୋର୍ଡ ମେମ୍ବର ପାଇଁ ଓଡିଶା ସରକାରଙ୍କ ଯୋଗ୍ୟ ମନୋନୟନ ତାଲିକାରେ ନାଁ ଥିବାର ମୁଁ ଜାଣିବାକୁ ପାଇଥିଲି । ଏପରି କି ମୋତେ ଇଜେଡସିସି ରୁ ଯୋଗାଯୋଗ କରାଯାଇ ତତ ସଂଲଗ୍ନ କିଛି ପ୍ରମାଣ ପତ୍ରମାଗିଥିଲେ ଏବଂ ମୁଁ ପଠାଇଥିଲି । ପରେ ଗତ ସପ୍ତାହେ ତେଳ ପ୍ରକାଶିତ ଇଜେଡ୍ସିସି ବୋର୍ଡ ମେମ୍ବର ତାଲିକାରେ ମୋର ନାମ ନ ଥିବା ଜାଣିବାକୁ ପାଇଥିଲି । ଯାହା ମୋତେ ବ୍ୟକ୍ତିଗତ ଭାବରେ କଷ୍ଟ ଦେଇଛି । ତେବେ ଏଠି ପ୍ରଶ୍ନ ଉଠେ ସରକାର ଦ୍ୱାରା ପ୍ରସ୍ତାବିତ ନାମକୁ କେଉଁ ଆଧାରରେ ସରକାର ମୋ ନାମକୁ ଅପସାରଣ କରିନେଲେ ଏବଂ କେଉଁ ଯୋଗ୍ୟତା ବଳରେ ଅନ୍ୟ ଜଣଙ୍କ ନାଁ ରାତି ଅଧିଆ ଏଥିରେ ସାମିଲ କଲେ ତାହା ସାର୍ବ ଜନୀନ କଲେ ଭଲ ହୁଅନ୍ତା ବୋଲି ଶ୍ରୀ ମିଶ୍ର କ୍ଷୋଭର ସହ ପ୍ରକାଶ କରିଛନନ୍ତି ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande