ସୁବର୍ଣ୍ଣପୁରରେ କାଳ ବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି
ସୁବର୍ଣପୁର, ୨୯ ମେ (ହି.ସ.) ସୁବର୍ଣ୍ଣପୁର ସହର ଓ ଆଖପାଖ ଅଙ୍ଘ;ଳରେ ପ୍ରବଳ କାଳବୈଶାଖୀ ଝଡ଼ ସାଙ୍ଗକୁ ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରାୟ ୨୦ ମିନିଟ୍ ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଘର ର ଛାତ
ସୁବର୍ଣ୍ଣପୁରରେ କାଳ ବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି


ସୁବର୍ଣ୍ଣପୁରରେ କାଳ ବୈଶାଖୀ ତାଣ୍ଡବ ବ୍ୟାପକ କ୍ଷୟକ୍ଷତି


ସୁବର୍ଣପୁର, ୨୯ ମେ (ହି.ସ.) ସୁବର୍ଣ୍ଣପୁର ସହର ଓ ଆଖପାଖ ଅଙ୍ଘ;ଳରେ ପ୍ରବଳ କାଳବୈଶାଖୀ ଝଡ଼ ସାଙ୍ଗକୁ ବର୍ଷା ଓ କିଛି ସ୍ଥାନରେ ଛୋଟ କୁଆପଥର ମାଡ଼ ହୋଇ ବ୍ୟାପକ କ୍ଷୟକ୍ଷତି ଘଟାଇଛି । ପ୍ରାୟ ୨୦ ମିନିଟ୍ ଧରି ଚାଲିଥିବା ଏହି ପ୍ରଳୟଙ୍କରୀ ଝଡ଼ରେ ଜନଜୀବନ ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡିଛି । ଘର ର ଛାତ ସହ ରାସ୍ତାର ହୋଡ଼ିଂ, ଟ୍ରାଫିକ ପୋଷ୍ଟ ଏବଂ ବାଇକ ମଧ୍ୟ ଉଡ଼ାଇ ନେଇଥିବା ଦେଖିବାକୁ ମିଳିଥିଲା । ସହରର ଜୟଗୁରୁ ମାର୍କେଟ ମେନ ରୋଡ, କଲେଜ ରୋଡ, ବସଷ୍ଟାଣ୍ଡ ଓ ଷ୍ଟେଟ ବ୍ୟାଙ୍କ ରାସ୍ତା ସହ ସହର ର ସମସ୍ତ ୱାର୍ଡ ଏବଂ ଉଲୁଣ୍ଡା ବ୍ଲକ ର କିଛି ଅଂଚଳରେ ବଡ଼ ବଡ଼ ଗଛ ଉପୁଡି ପଡିଛି । ଫଳରେ ରାସ୍ତା ଅବରୋଧ ହୋଇଛି । ତୁରନ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଅଗ୍ନିଶମ ବିଭାଗ, ବିଦ୍ୟୁତ୍ ବିଭାଗ ସହ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀ ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ବେଳେ ଆଜି ପୌର ପରିଷଦ କର୍ମଚାରୀ ମଧ୍ଯ ସଫେଇ କାର୍ଯ୍ୟ ଜାରି ରଖିଛନ୍ତି । ବହୁ ସ୍ଥାନରେ ବିଦ୍ୟୁତ୍ ଖୁଂଟ ଭାଙ୍ଗିଯିବା ଓ ଗଛ ତାର ଉପରେ ପଡ଼ି ଛିଡିଯିବା ଯୋଗୁଁ ସମଗ୍ର ସହର ପ୍ରାୟ ୧୮ ଘଂଟା ଧରି ଅନ୍ଧାରରେ ଥିବା ବେଳେ କେତେବେଳେ ଲାଇଟ୍ ଆସିବ ଅନିଶ୍ଚିତତା ଦେଖାଯାଇଛି । ବିଦ୍ୟୁତ୍ ବିଭାଗ ପୁନରୁଦ୍ଧାର କାମରେ ଲାଗିଛି । ସେପଟେ ପ୍ରବଳ ଗୁଳୁଗୁଳି ରେ ଭାଜି ହେଉଛନ୍ତି ସୋନପୁର ଜିଲ୍ଲା ବାସୀ । ବିଦ୍ୟୁତ ଯୋଗୁଁ ଜଳ ଯୋଗାଣ ମଧ୍ୟ ଠପ୍ ହୋଇଯାଇଛି । ହଇରାଣ ହେଉଛନ୍ତି ଜନସାଧାରଣ ତୁରନ୍ତ ବାହାର ଜିଲ୍ଲାରୁ ବିଦ୍ୟୁତ ବିଭାଗ ଟିପିଡବ୍ଲୁଓଡିଏଲ୍ କର୍ମଚାରୀ ନିଯୁକ୍ତ କରି ଯୁଦ୍ଧକାଳୀନ ଭିତିରେ ପୁନରୁଦ୍ଧାର କରିବା ପାଇଁ ବୁଦ୍ଧିଜୀବି ଦାବୀ କରିଛନ୍ତି । ଗଛପଡ଼ି ବ୍ୟାପକ ଘର କ୍ଷତି ହୋଇଥିବା ଜଣାପଡିଛି । ଆଖପାଖ ଅଂଚଳରେ ଠିଆ ହୋଇଥିବା ଧାନ, ପନିପରିବା ଫସଲ ଝଡ ତଥା ବର୍ଷା କୁଆପଥର ମାଡ଼ରେ ନଷ୍ଟ ହୋଇଛି । ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡିଛି । ଗଛ ପଡି ରାସ୍ତାକଡରେ ଥିବା ଅନେକ କାର୍ ଓ ବାଇକ୍ କ୍ଷତିଗ୍ରସ୍ତ ହୋଇଛି । ଜିଲ୍ଲା ପ୍ରଶାସନ, ଅଗ୍ନିଶମ ବିଭାଗ ଓ ଓଡ୍ରାଫ ଟିମ୍ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ରାସ୍ତାରୁ ଗଛ କାଟି ହଟାଯାଉଛି । କ୍ଷତିଗ୍ରସ୍ତ ପରିବାରଙ୍କୁ ତୁରନ୍ତ କ୍ଷତିପୂରଣ ଓ ରିଲିଫ୍ ପ୍ରଦାନ କରାଯିବା ସହ ଚାଷୀଙ୍କ ଫସଲ କ୍ଷତିର ଆକଳନ କରି ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା କରାଯିବା ପାଇଁ ଦାବୀ ହେଉଛି ।

------------

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande