ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସ୍ୱର୍ଗତ ଶିବ ନାରାୟଣ ରଥଙ୍କ ଅକାଳ ବିୟୋଗ ରେ ଶୋକ ସଭା
ବଲାଙ୍ଗିର 9 ମେ (ହି.ସ.) ଜିଲ୍ଲା ବ୍ରାହ୍ମଣ ମହାସଭାର ସକ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱର୍ଗତ ଶିବ ନାରାୟଣ ରଥଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ସ୍ୱର୍ଗତ ରଥ ଙ୍କର ଅମର ଆତ୍ମାର
ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସ୍ୱର୍ଗତ ଶିବ ନାରାୟଣ ରଥଙ୍କ ଅକାଳ ବିୟୋଗ ରେ ଶୋକ ସଭା


ବଲାଙ୍ଗିର 9 ମେ (ହି.ସ.) ଜିଲ୍ଲା ବ୍ରାହ୍ମଣ ମହାସଭାର ସକ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱର୍ଗତ ଶିବ ନାରାୟଣ ରଥଙ୍କ ଅକାଳ ବିୟୋଗରେ ଏକ ଶୋକ ସଭା ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ସଭାପତି ପ୍ରାଣ ବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେବା ସଙ୍ଗେ ସଙ୍ଗେ ସ୍ୱର୍ଗତ ରଥ ଙ୍କର ଅମର ଆତ୍ମାର ସଦ୍ଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଥିଲା । ଏହି ଅବସରରେ ମହାସଭାର ଉପଦେଷ୍ଟା ଗଣ ଯଥା ଶିବ ଶଙ୍କର ଖୁଆସ, ପର୍ଶୁରାମ ନାୟକ, ଲୋକନାଥ ନାୟକ, ଉପସଭାପତି କିଶୋର ପୁରୋହିତ, ସୁଶ୍ରୀ ରାଜଶ୍ରୀ ତ୍ରିପାଠୀ, ସମ୍ପାଦକ ନରେନ୍ଦ୍ର ଆଚାର୍ଯ୍ୟ, ସହ ସମ୍ପାଦକ ସଂକିର୍ତ୍ତନ ତ୍ରିପାଠି, ପର୍ଶୁରାମ ବାହିନୀ ସଭାପତି ବିଧୁଭୂଷଣ ତ୍ରିପାଠି, ରାଜେଶ ପଣ୍ଡା ନଗର ସଭାପତି କାର୍ଯ୍ୟକାରୀ ପରିଷଦ ସଭ୍ୟ ଗିରିଶ ପଣ୍ଡା, ବରିଷ୍ଠ ସଦସ୍ୟ ବିକ୍ରମ କେଶରୀ ମିଶ୍ର, ସଭ୍ୟ ସୁଧୀର ତ୍ରିପାଠୀ ପ୍ରମୁଖ ସ୍ମୃତି ଚାରଣ କରିଥିଲେ । ଏତଦ୍ ବ୍ୟତିତ ଅନେକ ସଭ୍ୟ / ସଭ୍ୟା ଯଥା କିଶୋର ପତି, କାର୍ଯ୍ୟକାରୀ ସଭ୍ୟ ଜଗଦୀଶ ନାଥ, ପଂଚ ନେତ୍ର ଗୁରୁ, ଅଶୋକ ତ୍ରିପାଠୀ, ସାଗରିକା ଗୁରୁ, ବିଜୟଲକ୍ଷ୍ମୀ ମିଶ୍ର, ପ୍ରମିଳାମୟି ମିଶ୍ର ପ୍ରମୁଖ ଅକ୍ଲାନ୍ତ ପରିଶ୍ରମ ଓ ସହଯୋଗ କରିଥିଲେ । ସ୍ୱର୍ଗତ ଶିବ ରଥ ଜଣେ ମେଳାପି, ସ୍ପଷ୍ଟବାଦୀ, ନିର୍ଭୀକ, ସିଧାସଳଖ, ପରୋପକାରୀ ବ୍ୟକ୍ତିତ୍ୱ ଥିବା ସଙ୍ଗେ ସଙ୍ଗେ ଅନେକ ସଂଗଠନ ସହିତ ଓତଃପ୍ରତ ଭାବେ ଜଡିତ ଥିଲେ । ଏହି ବ୍ୟକ୍ତିଙ୍କ ବିୟୋଗ ରେ କେତେକ ଅନୁଷ୍ଠାନ ର ଅପୂରଣୀୟ ଶୂନ୍ୟସ୍ଥାନ ରହିଯିବ ବୋଲି ସମସ୍ତ ସଦସ୍ୟ / ସଦସ୍ୟା ମତ ପ୍ରଦାନ କରିଥିଲେ । ପରେ ସଭାପତିଙ୍କ ପରାମର୍ଶରେ ସଭା ସାଙ୍ଗ କରାଗଲା ।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande