


ସମ୍ବଲପୁର,୨୯, ମେ (ହି.ସ.) ସୈନିକ ଏବଂ ସେମାନଙ୍କ ପରିବାରର ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ସିଆରପିଏଫ ଗ୍ରୁପ କେନ୍ଦ୍ରରେ ଆଜି ଡ଼ିଆଇଜି ସଞ୍ଜୟ କୁମାର ସିଂହଙ୍କ ତତ୍ୱାବଧାନରେ ଏକ ଶିବିର ଅନୁଷ୍ଠିତ ହୋଇଥିଲା। ଆଗାମୀ ଦ୍ୱାଦଶ ଅନ୍ତର୍ଜାତୀୟ ଯୋଗ ଦିବସର ପ୍ରସ୍ତୁତି ପାଇଁ, ସମ୍ବଲପୁରର ପ୍ରଜାପିତା ବ୍ରହ୍ମା କୁମାରୀସ୍ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟର ପ୍ରଶିକ୍ଷକ ଦୀପା ଭଉଣୀ ଏବଂ ଉଷା ଭଉଣୀ ଙ୍କ ଦ୍ୱାରା ସାମୁହିକ ଯୋଗ ଏବଂ ରାଜଯୋଗ ଅଧିବେଶନ ଆୟୋଜନ କରାଯାଇଥିଲା। ଉପସ୍ଥିତ ଅଧିକାରୀ, ସୈନିକ ଏବଂ ପରିବାରକୁ ଯୋଗ ଏବଂ ରାଜଯୋଗ ମାଧ୍ୟମରେ ମାନସିକ ଶାନ୍ତି, ସକାରାତ୍ମକ ଚିନ୍ତାଧାରା ଏବଂ ଏକ ସୁସ୍ଥ ଜୀବନଶୈଳୀ ବିକଶିତ କରିବାକୁ ଉତ୍ସାହିତ କରାଯାଇଥିଲା। କାୱା , ସିଆରପିଏଫ, ନୂଆଦିଲ୍ଲୀ ଏବଂ ଆଦିତ୍ୟ ବିର୍ଲା ଶିକ୍ଷା ଟ୍ରଷ୍ଟ ମଧ୍ୟରେ ଏକ ଚୁକ୍ତିନାମା ଅନୁଯାୟୀ, ସମ୍ବଲପୁରର କାୱା ଆଂଚଳିକ କେନ୍ଦ୍ରରେ ସୈନିକ ଏବଂ ସେମାନଙ୍କ ପରିବାର ପାଇଁ ଏକ ମାଗଣା ମାନସିକ କ୍ଲିନିକାଲ୍ ମନସ୍ତତ୍ୱ ବିଶେଷଜ୍ଞ ଡ. ଦିଗାଙ୍ଗନା ଚୌଧୁରୀ ଏବଂ ଡ. ସ୍ୱିଟି ସତପତି ଅଂଶଗ୍ରହଣକାରୀଙ୍କ ମାନସିକ ସ୍ୱାସ୍ଥ୍ୟ ଚିନ୍ତାର ମୂଲ୍ୟାଙ୍କନ କରିଥିଲେ ଏବଂ ଆବଶ୍ୟକ ପରାମର୍ଶ ପ୍ରଦାନ କରିଥିଲେ। ମାନସିକ ଚାପ, ଅବସାଦ ଏବଂ ପରିବର୍ତନଶୀଳ କାର୍ଯ୍ୟ ଅଭ୍ୟାସ ଯୋଗୁଁ ମାନସିକ ଭାବରେ ସଂଘର୍ଷ କରୁଥିବା ବ୍ୟକ୍ତିମାନଙ୍କୁ ସମୟୋଚିତ ସହାୟତା ଲକ୍ଷ୍ୟ ନେଇ ଏହି ଅଧିବେସନ କରାଯାଇଥିଲା ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ