ଏସଆଇଆର ସମ୍ପର୍କିତ ଜିଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ
ଖୋର୍ଦ୍ଧା ୨୯ ମେ (ହି.ସ.), ଭାରତର ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରି ଅଛନ୍ତି । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଯୋଡିବା ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ ଦେବ
Press


ଖୋର୍ଦ୍ଧା ୨୯ ମେ (ହି.ସ.), ଭାରତର ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ପାଇଁ ବିଜ୍ଞପ୍ତି ଜାରି କରି ଅଛନ୍ତି । ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନର ମୁଖ୍ୟ ଉଦ୍ଦେଶ୍ୟ ହେଲା ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ଯୋଡିବା ଓ ଅଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରୁ ବାଦ ଦେବା । ଆସନ୍ତାକାଲି ଠାରୁ ଆନୁସଙ୍ଗିକ ହେବ ଏସଆଇଆର। ଶୁକ୍ରବାର ଏ ସଂକ୍ରାନ୍ତ ରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଏକ ଖବରଦାତା ସମ୍ମିଳନୀରେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲାରେ ୫ ଟି ନିର୍ବାଚନ ମଣ୍ଡଳୀରେ ୨୦୦୨ ମସିହା ଓ ୨୦୨୫ ମସିହା ଭୋଟର ତାଲିକା ସହିତ ମେଳକ ୯୪.୨% (ଶତକଡ଼ା) ହୋଇଛି । ଏହି ସ୍ୱତନ୍ତ ସଘନ ସଂଶୋଧନ କାର୍ଯ୍ୟକ୍ରମ ୨୦୦୨ ମସିହାରେ ଓଡ଼ିଶାରେ ହୋଇଥିଲା। ଚଳିତ ବର୍ଷ ୨୦୨୬ ରେ ପୁନର୍ବାର କରାଯାଉଛି। ମଇ ୩୦ ତାରିଖ ରୁ ଜୁନ ୨୮ତାରିଖ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀଙ୍କ ଘରକୁ ଘର ବୁଲି ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ। ବୁଥ ଗୁଡିକର ପୁନଃଗଠନ ଜୁନ ୨୮ ସୁଦ୍ଧା ସମ୍ପୂର୍ଣ୍ଣ ହେବ । ଜୁଲାଇ ଚିଠା ଭୋଟର ତାଲିକା ପ୍ରକାଶନ କରାଯିବ। ଜୁଲାଇ ୫ରୁ ଅଗଷ୍ଟ ୪ତାରିଖ ପର୍ଯ୍ୟନ୍ତ ଦାବୀ ଓ ଅଭିଯୋଗ ଶୁଣାଣି, ଜୁଲାଇ ୫ ରୁ ଠାରୁ ସେପ୍େଟମ୍ବର ୨ ପର୍ଯ୍ୟନ୍ତ ଦାବି ଓ ଅଭିଯୋଗ ନିଷ୍ପତି କରାଯିବ। ସେପ୍େଟମ୍ବର ୬ତାରିଖ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶନ ହେବ। କାର୍ଯ୍ୟସୂଚୀ ଅନୁଯାୟୀ ଅଧିକାରୀ ମାନେ ଘରକୁ ଘର ବୁଲିବା ସମୟରେ ଭୋଟର ମାନଙ୍କୁ ଆବଶ୍ୟକୀୟ ସହାୟତା କରିବା ସହିତ ପ୍ରତି ଭୋଟରକୁ ୦୨ଟି ପରିଗଣନା ଫର୍ମ ଦେବେ । ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ ଯାହାକୁ ଭୋଟର ମାନେ ଭବିଷ୍ୟତ ପାଇଁ ସାଇତି ରଖିବେ । ପରିଗଣନା ଫର୍ମ ଭୋଟର ମାନଙ୍କ ଠାରୁ ସଂଗ୍ରହ ହୋଇ ସାରିଲା ପରେ ତା ୦୫.୦୭.୨୦୨୬ ରେ ଚିଠା ଭୋଟର ତାଲିକା ପ୍ରକାଶନ ହେବ । ନୂଆ ଯୋଗ୍ୟ ଭୋଟର ମାନଙ୍କୁ ପଞ୍ଜିକରଣ କରାଇବା ପାଇଁ ଫର୍ମ-୬ ଓ ସ୍ୱତନ୍ତ୍ର ଘୋଷଣା ପତ୍ର ପ୍ରଦାନ କରିବେ ।ଖୋର୍ଦ୍ଧା ଜିଲ୍ଲାର ସମୁଦାୟ ୮ ଟି ନିର୍ବାଚନ ମଣ୍ଡଳୀରେ ୨୦୨୫ ମସିହା ପରିସଂଖ୍ୟାନ ଅନୁଯାୟୀ ୧୯୬୧ ବୁଥ ରହିଥିଲା । ବୁଥ ଗୁଡିକର ପୁନଃଗଠନ ହେଲାପରେ ୪୭୩ ନୂଆ ବୁଥ ଚିହ୍ନଟ କରାଯାଇଅଛି । ଏହିପରି ସମୁଦାୟ ୨୪୩୪ ବୁଥ ହେବ ।

------------------------------------

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande