

ସମ୍ବଲପୁର, ୨୯, ମେ (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ନିକଟ ଏକ ଗ୍ରାମରେ ଜନୈକ ବ୍ୟକ୍ତି ନିଜର ସମ୍ପର୍କିୟା ନାତୁଣୀକୁ ଦୁଷ୍କର୍ମ ଉଦ୍ୟମ କରୁଥିବା ଅଭିଯୋଗରେ ଗିରଫ ହୋଇ କୋର୍ଟ ଚାଲାଣ କରାଯାଇଛି । ସୂଚନାନୁଯାୟୀ ଅଭିଯୁକ୍ତ ସରୋଜ ବାଘ ଓରଫ ଲାଲୁ ଗୁରୁବାର ସନ୍ଧ୍ୟାରେ କୋଲଡ୍ରିଙ୍କ୍ସ ପିଆଇବା ପ୍ରଲୋଭନରେ ନିକଟସ୍ଥ ଆମ୍ବତୋଟା କୁ ନେଇ ଦୁଷ୍କର୍ମ ଉଦ୍ୟମ କରୁଥିଲା । ଦୀର୍ଘ ସମୟ ଧରି ଘରେ ଶିଶୁଟିର ଖୋଜଖବର ନମିଳିବାରୁ ପରିବାର ଲୋକେ ଖୋଜାଖୋଜି କରୁଥିବା ବେଳେ ଆମ୍ବତୋଟା ରେ ଦୁଷ୍କର୍ମ ଉଦ୍ୟମରେ ବ୍ଯସ୍ତ ଲାଲୁକୁ ଧରିବା ପୂର୍ବରୁ ସେ ସେଠାରୁ ଚମ୍ପଟ ମାରିଥିଲା । ଏସମ୍ପର୍କରେ ଗୋବିନ୍ଦପୁର ଥାନାରେ ଘଟଣା ସମ୍ପର୍କରେ ଅଭିଯୋଗ ହେବାପରେ ପୋଲିସ ପୋସ୍କୋ ଆଇନରେ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୂଚନାଯୋଗ୍ୟ ପିଡୀତା ଶିଶୁ କନ୍ଯାଟି ନିଜ ପରିବାର ସହ ରାଜସ୍ଥାନରେ ରହୁଥିବା ବେଳେ ଅଜା ଘରକୁ ବୁଲିବାକୁ ଆସି ଏହି ଅଭାବନୀୟ ଘଟଣାର ଶରବ୍ଯ ହୋଇଛି ।
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ