ନିଶା ଇଞ୍ଜେକ୍ସନ କାରବାର, ୫ ଅଭିଯୁକ୍ତ ଗିରଫ
ଜୟପୁର, ୩୧ ମଇ (ହି.ସ.)- ନିଶା ଇଞ୍ଜେକ୍ସନ କାରବାର ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋରାପୁଟ ଜିଲା ଜୟପୁର ଟାଉନ ପୋଲିସ । ଏନେଇ ଆଜି ଜୟପୁର ଟାଉନ ଥାନା ପରିସରରେ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଉପସ୍ଥିତ ରହି ସୂଚନା ଦେଇ
ନିଶା ଇଞ୍ଜେକସନ କାରବାର, ୫ ଅଭିଯୁକ୍ତ ଗିରଫ


ଜୟପୁର, ୩୧ ମଇ (ହି.ସ.)- ନିଶା ଇଞ୍ଜେକ୍ସନ କାରବାର ମାମଲାରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କୋରାପୁଟ ଜିଲା ଜୟପୁର ଟାଉନ ପୋଲିସ । ଏନେଇ ଆଜି ଜୟପୁର ଟାଉନ ଥାନା ପରିସରରେ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲା । ଏଥିରେ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଉପସ୍ଥିତ ରହି ସୂଚନା ଦେଇଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ସୌରା ସାହିର ଦେବାଶିଷ ପଟ୍ଟନାୟକ (୨୯), ପାରାବେଢାର ତାପସ ସାହ(୨୯), ଡଙ୍ଗାଗୁଡାର ରାମ ହରିଜନ (୩୪), ଖ୍ରୀଷ୍ଟିଆନପେଟାର ପ୍ରଦୀପ୍ତ ଖରା ଏଲିୟସ ରୋନି (୨୫) ଓ ପୁରୁଣାଗଡର ସୁରଜ କୁମାର ଗୁପ୍ତା ଏଲିୟସ ସୋନୁ (୨୯) ।

ଆଜି ଜୟପୁର ଟାଉନ ଥାନାରେ ଏକ ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇଥିଲ । ଏଥିରେ ଜୟପୁର ଏସଡିପିଓ ଅର୍ଚ୍ଚିତା ମିତ୍ତଲ ଯୋଗଦେଇ ପେଣ୍ଟାଜୋସିନ୍ ଇଞ୍ଜେକସନ କାରବାରର ପର୍ଦାଫାସ କରିଥିବା ସୂଚନା ଦେଇଥିଲେ । ଜୟପୁର କେନାଲ ରୋଡ ନିକଟରେ ପେଣ୍ଟାଜୋସିନ ଇଞ୍ଜେକ୍ସନ କାରବାର ଚାଲୁଥିବା ପୋଲିସ ସୂଚନା ପାଇ ଚଢଉ କରିଥିଲା । ଚଢଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୋଲିସ ଅଭିଯୁକ୍ତଙ୍କ ଠାରୁ ୧୫ ପେକେଟରୁ ୭୫୦ ଆମ୍ପୌଲ ଜବତ କରିଛି । ଏଥିସହ ୧୫ ହଜାର ଟଙ୍କା ଓ ୫ଟି ମୋବାଇଲ ଜବତ କରିଛି । ଅଭିଯୁକ୍ତଙ୍କ ନିକଟରେ କୌଣସି ବୈଧ ଲାଇସେନ୍ସ କିମ୍ବା ଅନୁମତି ବିନା ବେଆଇନ ଭାବରେ ପେଣ୍ଟାଜୋସିନ ଇଞ୍ଜେକସନ ଚାଲାଣ ସହ କାରବାର କରୁଥିବା ଜାଣିବାକୁ ପାଇଥିଲା ପୋଲିସ । ଏହି ପେଣ୍ଟାଜୋସିନ ଇଞ୍ଜେକସନଟି ଅପରେସନ ସମୟରେ ବ୍ୟବହାର କରାଯାଏ । ବର୍ତ୍ତମାନ ଯୁବ ପିଢି ଅଧିକ ନିଶା ପାଇଁ ପେଣ୍ଟାଜୋସିନ ଇଞ୍ଜେକସନ ବ୍ୟବହାର କରୁଛନ୍ତି । ପେଣ୍ଟାଜୋସିନ ଇଞ୍ଜେକସନ ଦର ଠାରୁ ଅଧିକା ଦରରେ ବିକ୍ରୟ କରୁଥିବା ପୋଲିସ ତଦନ୍ତରୁ ଜାଣିବାକୁ ପାଇଛି । ପେଣ୍ଟାଜୋସିନ ଇଞ୍ଜେକସନ ଦ୍ୱାରା ଅବୈଧ ଚାଲାଣ ଏବଂ ମାନସିକ ଔଷଧର ଅପବ୍ୟବହାର ସାଧାରଣ ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତର ବିପଦ ସୃଷ୍ଟି କରୁଛି । ବିଶେଷ କରି ଯୁବ ପିଢି ଯାହା ନିଶା ସ୍ୱାସ୍ଥ୍ୟ କ୍ଷତି କାରଣ, ସମାଜିକ ବିକାର ଏବଂ ଅପରାଧ କାର୍ଯ୍ୟକଳାପ ସୃଷ୍ଟି କରେ । ସମାଜକୁ ବିପଦରେ ପକାଏ । ଏନେଇ ପୋଲିସ ୧୮୭/ ୨୬ ରେ ଏକ ମାମଲା ରୁଜୁ କରି ଏନଡିପିଏସ ଆଇନ ଅନୁଯାଇ ଗିରଫ କରି କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ରାମ ଓ ସୁରଜ ନାମରେ ଅଗରୁ ଏନଡିପିଏସ ମାମଲା ରହିଥିବା ପୋଲିସ ତରଫରୁ ସୂଚନା ଦିଆଯାଇଛି ।

ଏହି ସାମ୍ବାଦିକ ସମ୍ମିଳନିରେ ଟାଉନ ଥାନା ଅଧିକାରି ଉଲ୍ଲାସା ଚନ୍ଦ୍ର ରାଉତ, ତଦନ୍ତକାରି ଅଧିକାରି ଗୋବିନ୍ଦ ହାଁସଦା ଉପସ୍ଥିତ ଥିଲେ । ଏହି ମାମଲାରେ ଅଧିକ ତଦନ୍ତ କରାଯିବ । ଅନ୍ୟ ମାନେ କେହି ଜଡିତ ଅଛନ୍ତି କି ନାହିଁ ପୋଲିସ ତଦନ୍ତ କରିବ । ଏହି କାରବାରରେ କେହି କେହି ଜଡିତ ଅଛନ୍ତି ସେ ଦିଗ ପ୍ରତି ପୋଲିସ ତଦନ୍ତ କରୁଥିବା ଜଣାଯାଇଛି ।

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande