ଏମଭି ୭୯ଥାନା ସମ୍ମୁଖରେ ଜଳଛତ୍ର ଉଦଘାଟନ
ମାଲକାନଗିରି, ୩୧ ମଇ (ହି.ସ.)- ଅଧିକ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ଏମଭି ୭୯ଥାନା ସମ୍ମୁଖସ୍ଥ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଥାନା ନାକା ପୋଷ୍ଟ ପାଖରେ ଏକ ଜଳଛତ୍ର ଆଜି ଉଦ୍ଘାଟନ କରାଯାଇଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲ
ଏମଭି ୭୯ଥାନା ସମ୍ମୁଖରେ ଜଳଛତ୍ର ଉଦଘାଟନ


ମାଲକାନଗିରି, ୩୧ ମଇ (ହି.ସ.)- ଅଧିକ ଗ୍ରୀଷ୍ମ ପ୍ରଭାବକୁ ଦୃଷ୍ଟିରେ ରଖି ମାଲକାନଗିରି ଜିଲ୍ଲା ଏମଭି ୭୯ଥାନା ସମ୍ମୁଖସ୍ଥ ୩୨୬ ନମ୍ବର ଜାତୀୟ ରାଜପଥ ନିକଟରେ ଥିବା ଥାନା ନାକା ପୋଷ୍ଟ ପାଖରେ ଏକ ଜଳଛତ୍ର ଆଜି ଉଦ୍ଘାଟନ କରାଯାଇଛି। ଏସପିଙ୍କ ନିର୍ଦ୍ଦେଶ କ୍ରମେ ରାସ୍ତାରେ ଯାତାୟାତ କରୁଥିବା ସାଧାରଣ ଲୋକ, ଯାତ୍ରୀ ଓ ଗାଡ଼ି ଚାଳକମାନଙ୍କ ସୁବିଧା ପାଇଁ ଏହି ଜଳଛତ୍ରର ବ୍ୟବସ୍ଥା କରାଯାଇଛି।

ଥାନା ଅଧିକାରିଣୀ ପୂର୍ଣ୍ଣିମା ଟେଟେ କହିଛନ୍ତି ଯେ, ପ୍ରବଳ ଗ୍ରୀଷ୍ମ ପ୍ରବାହ ସମୟରେ ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ଏବଂ ତାପଦାହ ଜନିତ ସମସ୍ୟାରୁ ସୁରକ୍ଷା ଦେବା ଉଦ୍ଦେଶ୍ୟରେ ଏହି ଜଳଛତ୍ର ଖୋଲାଯାଇଛି। ସାଧାରଣ ଲୋକ ଏହାର ସୁବିଧା ନେବା ସହିତ ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

ହିନ୍ଦୁସ୍ଥାନ ସମାଚାର / ଶିବବ୍ରତ


 rajesh pande