
ଜୟପୁର, ୩୧ ମଇ (ହି.ସ.)- କୋରାପୁଟ ଜିଲାରେ ୨ ମାସ ହେବଣି ଖାତାକୁ ଆସୁନାହିଁ ଭତ୍ତା । ଫଳରେ ଭତ୍ତା ନ ଆସିବାରୁ ଚିନ୍ତାରେ ଅଛନ୍ତି ହିତାଧିକାରି । କୋରାପୁଟ ଜିଲାରେ ହିତାଧିକାରୀଙ୍କ ଖାତାକୁ ୨ ରୁ ୩ ତିନି ମାସ ହେଲାଣି ବ୍ୟାଙ୍କ ଆକାଉଣ୍ଟ ଖାତାକୁ ଭତ୍ତା ଟଙ୍କା ଆସୁନି । ଯାହା ଦ୍ୱାରା ହିତାଧିକାରୀ ଏବେ ନାନା ପ୍ରକାର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି । ଏହି ପରିପ୍ରେକ୍ଷୀରେ ଗତ ଦୁଇ ମାସ ହେଲା ଆସିକା ବ୍ଲକର ସମସ୍ତ ଭତ୍ତା ପାଉଥିବା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଭତ୍ତା ଆସି ନଥିବା ଅଭିଯୋଗ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, କୋରାପୁଟ ଜିଲାରେ ବିଧବା ଭତ୍ତା, ବାର୍ଦ୍ଧକ୍ୟ ଭତ୍ତା, ଭିନ୍ନକ୍ଷମ ଭତ୍ତା, ଅବିବାହିତ ଝିଅ ଭତ୍ତା, ଛାଡପତ୍ର ଭତ୍ତା, ଦିବ୍ୟାଙ୍ଗ ଏଚ.ଆଇ.ଭି ଭତ୍ତା, ବିଧବା ଏଚ.ଆଇ.ଭି ଭତ୍ତା, କୋଭିଡ ବିଧବା ଭତ୍ତା, କୃଷ୍ଠରୋଗ ଆକ୍ରାନ୍ତ ଭତ୍ତା, ଟ୍ରାନ୍ସଜେଣ୍ଡର ଭତ୍ତା ସାଙ୍ଗକୁ ବିଭିନ୍ନ ଭତ୍ତା ପ୍ରାୟ ୨ ଲକ୍ଷ ହିତାଧିକାରୀ ପାଇ ଆସୁଛନ୍ତି ।
ବର୍ତ୍ତମାନ ବାର୍ଦ୍ଧକ୍ୟ ଭତା ନ ପାଇ ପଞ୍ଚାୟତ ଠାରୁ ଆରମ୍ଭ କରି ବ୍ୟାଙ୍କ ପର୍ଯ୍ୟନ୍ତ ଦୈନନ୍ଦିନ ଦୈାଡି ନିରାଶ ହେଉଛନ୍ତି ଜନତା । ବାର୍ଦ୍ଧକ୍ୟ ଭତ୍ତା ଦେବାରେ ଯୋଜନା ଏବେ ଫେଲ ମାରିଥିବା ବେଳେ ବୃଦ୍ଧ ବୃଦ୍ଧା ଏବେ ଚିନ୍ତା ପ୍ରକଟ କରିଛନ୍ତି । ନୂତନ ସରକାର ଆସିବା ପରେ ଏଭଳି ଅସୁବିଧା ହେଉଥିବା ଅଭିଯୋଗ କରାଯାଉଛି । ଔଷଧ ଖର୍ଚ୍ଚ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ଯାବତୀୟ ଖର୍ଚ୍ଚ ପାଇଁ ଅସୁବିଧାର ସମ୍ମୁଖୀନ ସାଙ୍ଗକୁ ଭତ୍ତା ପାଇଁ ହନ୍ତସନ୍ତ ହେଉଛନ୍ତି ଶତାଧିକ ହିତାଧିକାରୀ ।
ହିନ୍ଦୁସ୍ଥାନ ସମାଚାର / ପିକେପି