
ଖୋର୍ଦ୍ଧା, ୧୨ ଜୁନ୍(ହି.ସ.) – ବିକାଶର ଧାରା, ଓଡ଼ିଶା ସାରା (ରାଜ୍ୟ ସରକାରଙ୍କ ଦ୍ୱିତୀୟ ବର୍ଷ ପୂର୍ତି) ଖୋର୍ଦ୍ଧା ଜିଲ୍ଲା ସ୍ତରୀୟ ସରକାରୀ ଜନସଂପର୍କ ଏବଂ ନାଗରିକ ଅଂଶ ଗ୍ରହଣ ତିନିଦିନିଆ କାର୍ଯ୍ୟକ୍ରମ ସମ୍ମିଳନୀ ସଦର ମହକୁମା ପୌରପରିଷଦ ଟାଉନ୍ ହଲ୍ ଠାରେ ଉଦ୍ଘାଟିତ ହୋଇଯାଇଅଛି। ଏହି ଅବସରରେ ଓଡ଼ିଶାର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ, ଓଡ଼ିଶା ସରକାର, ସୁରେଶ ପୂଜାରୀ ଯୋଗଦେଇ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହ ନିକଟରେ ପ୍ରଦୀପ ପ୍ରଜ୍ୱଳନ ପୁଷ୍ପାର୍ଘ୍ୟ ପ୍ରଦାନ କରି ଉଦ୍ଘାଟନ କରି ନିଜ ଉଦବୋଧନରେ କହିଲେ ଓଡ଼ିଶାର ସାଢ଼େ ଚାରି କୋଟି ଓଡ଼ିଆ ଗୋଟିଏ ଗୋଟିଏ ପାଦ ବଢାଇ ବିକଶିତ ଓଡ଼ିଶା ୨୦୩୬ ଭିଜନକୁ ସାକାର କରି ଓଡ଼ିଶାକୁ ଶିଖରରେ ପହଂଚାଇବା ପାଇଁ ଆହ୍ୱାନ ଦେଇଥିଲେ କ୍ଷ ରାଜ୍ୟ ସରକାର ଆଜିର ଦିନରେ କ୍ଷମତାକୁ ଆସିଲା ପରେ ଖରିଫ ଓ ରବିରେ ଚାଷୀଙ୍କୁ ୮୦୦ ଟଙ୍କା ସବସିଡି ଦେଇ ଧାନ କିଣିଲେ ଯାହା ଯୁଗାନ୍ତ କାରୀ ପଦକ୍ଷେପ। ସେହିପରି ପିଏମ କିଶାନ୍ ୬ ହଜାର ସହ ସିଏମ କିଷାନ ଯୋଜନାରେ ଆଉ ୪ ହଜାର ସହାୟତା ରାଶି ଦେଇ ଏହାକୁ ୧୦ ହଜାର ଚାଷୀଙ୍କୁ ପ୍ରଦାନ କଲେ। ଯଶଶ୍ୱୀ ପ୍ରଧାନ ମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଅର୍ଥ ନୈତିକ ବିକାଶ କ୍ଷେତ୍ରରେ ବିଶ୍ୱରେ ବର୍ତମାନ ତୃତୀୟ ରାଷ୍ଟ୍ର ଭାବେ ଉଭା ହୋଇଥିବା ବେଳେ ଜଶସ୍ୱୀ ମୋହନ ସରକାରଙ୍କ ନେତୃତ୍ୱରେ ମାତୃଶକ୍ତିର ଉତ୍ଥାନ ଦିଗରେ ଓ ଅର୍ଥ ନୈତିକ ସ୍ୱାବଲମ୍ବୀ ଦିଗରେ ଓଡ଼ିଶାରେ ଶୁଭଦ୍ରା ଯୋଜନାରେ ୧୭ ଲକ୍ଷ ଲକ୍ଷ ପତି ଦିଦି ସୃଷ୍ଟି କରା ଯାଇ ମାଇଲ ଖୁଂଟ ତିଆରି ହୋଇଛି। ଲୋକଙ୍କ ସେବାରେ ଲୋକଙ୍କ ସରକାର ଶ୍ରୀମନ୍ଦିରର ଚାରି ଦ୍ୱାର ଖୋଲାକରାଇଛନ୍ତି। ଶିକ୍ଷାରେ ମଧ୍ୟାହ୍ନ ଭୋଜନ ଯୋଜନାରେ ନବମ ଓ ଦଶମ ଶ୍ରେଣୀ ଯୋଡିବା, ବକୁଳବନ ବିଦ୍ୟାଳୟଭଳି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିବା,୧୭ ଲକ୍ଷ କୋଟି ଟଙ୍କାର ଏମଓୟୁ ଶିଳ୍ପ ପ୍ରତିଷ୍ଠା ପାଇଁ ଚୁକ୍ତିନାମା କରିବା ରାଜ୍ୟ ସରକାରଙ୍କର ବିକଶିତ ଓଡ଼ିଶା ଗଠନରେ ଦୀକ୍ଷାନ୍ତ ପଦକ୍ଷେପ ବୋଲି ଜଣାଯାଏ। ଅନ୍ତଦ୍ୱୟଗୃହ ଯୋଜନାରେ ଭାରତରେ ଓଡ଼ିଶା ପ୍ରଥମ କହି ସ୍ୱଚ୍ଛ ନିର୍ମଳ ଶାସନରେ ଓଡ଼ିଶାରେ ହଜାର ହଜାର ବିଶୁ ମହାରଣା ଭଳି ଧର୍ମପଦ ଯୁବକ ଯୁବତୀ ଆଗେଇ ଆସି ସରକାରଙ୍କ ସମସ୍ତ ଯୋଜନା ତୃଣମୂଳ ସ୍ତରରେ ପହଂଚାଇବାସହ ବିକଶିତ ଓଡ଼ିଶା ଓ ବିକଶିତ ଭାରତ ଗଠନରେ ଜଣେ ଜଣେ ବିଧାଣୀ ହେବାକୁ ଆହ୍ୱାନ ଦେଇଥିଲେ। ପରେ ମୁଖ୍ୟ ଅତିଥି ଅନ୍ତଦ୍ୱୟ ଗୃହ ଯୋଜନା, ମୁଖ୍ୟମନ୍ତ୍ରୀ ବୟନ ଜ୍ୟୋତି ଯୋଜନାରେ ବୟନ ସାମଗ୍ରୀ ପ୍ରଦାନ, ଅନ୍ତଦ୍ୱୟ ଅନ୍ନ ଯୋଜନା ହିତାଧିକାରୀଙ୍କୁ ସହାୟତା ରାଶି ବଂଟନ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ବିଧାୟକ ଖୋର୍ଦ୍ଧା ଏବଂ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ଜଗଦେବ ଯୋଗଦେଇ କେନ୍ଦ୍ରରେ ଯଶଶ୍ୱି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାଜପା ସରକାର ଓ ରାଜ୍ୟରେ ଯଶଶ୍ୱୀ ମୋହନ ମାଝୀଙ୍କ ନେତୃତ୍ୱରେ ଭାଜପା ସରକାରଙ୍କ ଖୋର୍ଦ୍ଧା ଜିଲ୍ଲା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, କୃଷି, ଶିଳ୍ପ, ପର୍ଯ୍ୟଟନ, ପୂଜ୍ୟ ପୂଜାକୁ ସମ୍ମାନ, ଅନୁସୂଚିତ ଜାତି ଓ ଜନଜାତି ଯୋଜନାରେ ତୃଣ ମୂଳ ସ୍ତରରେ ଅନେକ ଯୋଜନାରେ ଖୋର୍ଦ୍ଧା ଜିଲ୍ଲାକୁ ରାଜ୍ୟରେ ଅଗ୍ରଣୀ ଜିଲ୍ଲାରେ ପହଂଚାଇବା ପାଇଁ ଉଦ୍ୟମ ଜାରି ରହିଛି। ଏଣୁ ଖୋର୍ଦ୍ଧା ପାଇକ ମାଟି ସ୍ୱାଧୀନତା ଆନ୍ଦୋଳନର ପ୍ରଥମ ପାଇକ ବିଦ୍ରୋହ ମାଟି ହୋଇଥିବାବେଳେ ଖୋର୍ଦ୍ଧାବାସୀ ସୈନିକ ଭାବେ ବିଭିନ୍ନ ଯୋଜନାର ପ୍ରଚାର ପ୍ରସାର କରାଇ ଜିଲ୍ଲାକୁ ଶ୍ରେଷ୍ଠତା ପ୍ରତିପାଦନ କରିବା ପାଇଁ ଆହ୍ୱାନ ଦେଇଥିଲେ। ସମାରହର ସଭାପତି ଜିଲ୍ଲାପାଳ ଏବଂ ଜିଲ୍ଲା ମାଜଷ୍ଟ୍ରେଟ ସ୍ୱାଗତ ଭାଷଣରେ କହିଲେ ରାଜ୍ୟ ସରକାରଙ୍କ ସୁଭଦ୍ରା ଯୋଜନା ସମସ୍ତଙ୍କ ଘରକୁ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସ୍ପର୍ଶ କରିଛି। ଶିକ୍ଷା କ୍ଷେତ୍ରରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟରେ ୨୦ ବିଦ୍ୟାଳୟ ଯୋଡ଼ି ହୋଇଛନ୍ତି। ସବୁ କ୍ଷେତ୍ରରେ ଜିଲ୍ଲାରେ ବିକାଶର ଧାରା ଜାରି ରହିଛି କ୍ଷ ଆମେ ସମସ୍ତେ ଏହି ବିକାଶର ଧାରାକୁ ଆଗେଇ ନେଇ ଜିଲ୍ଲାକୁ ବିକଶିତ ଜିଲ୍ଲା ଭାବେ ଗଢି ତୋଳିବାକୁ ଆହ୍ୱାନ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ, ରାଜସ୍ୱ, ଶାଫଲ୍ୟ ମଣ୍ଡିତ ପ୍ରଧାନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଜ୍ୟୋତି ଶଙ୍କର ସାହୁ, ଉପଜିଲ୍ଲାପାଳ ସଂକଳ୍ପ ସ୍ୱସ୍ତିକ ସାହୁ, ବି ଡି ଓ ସିଦ୍ଧାର୍ଥ ପଟ୍ଟନାୟକ, ନିର୍ବାହୀ ଅଧିକାରୀ, ପୌର ପରିଷଦ କାବେରୀ ମୁଦୁଲି ପ୍ରମୁଖ ମଂଚାସିନ ଥିଲେ। ସମ୍ମିଳନୀରେ ଜିଲ୍ଲା ସଭାପତି ବିଶ୍ୱ ମୋହନ ବଡ଼ଜେନାଙ୍କ ସମେତ ତ୍ରିସ୍ତରୀୟ ପଂଚାୟତିରାଜ ଜନ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ଆଶା କର୍ମୀ, ଅଙ୍ଗନୱାଡ଼ି କର୍ମୀ, ମିଶନ ଶକ୍ତି ମା, ଗଣ ମାଧ୍ୟମ ପ୍ରତିନିଧି ବୃନ୍ଦ ଯୋଗଦେଇଥିଲେ। ଏହି ଅବସରରେ ଓଡ଼ିଶାର ସମବାୟ, ବୟନ, ହସ୍ତତନ୍ତ ଓ ହସ୍ତକଳା ଶିଳ୍ପ ମନ୍ତ୍ରୀ ଏବଂ ଖୋର୍ଦ୍ଧା ଜିଲ୍ଲା ପ୍ରଭାରୀ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ଯୋଗଦେଇ ତହସିଲ କାର୍ଯ୍ୟାଳୟ ପରିସର ମଧ୍ୟରେ ବିଭିନ୍ନ ଐତିହ୍ୟ ପରମ୍ପରା,ନାରୀ ଶକ୍ତି, ଅନ୍ନ ଦାତା ବିକଶିତ ଗାଁ, ବିକଶିତ ଓଡ଼ିଶା ୨୦୩୬ ବିଭିନ୍ନ ଯୋଜନା ସମ୍ବନ୍ଧୀୟ ଅନେକ ପ୍ରଦର୍ଶନୀ ଷ୍ଟଲ ଜନ ସଂପର୍କ ଓ ଜନ ସଚେତନତା ନିମନ୍ତେ ଖୋଲା ଯାଇଥିବା ଉଦଘାଟନ କରି ବୁଲିଦେଖିଥିଲେ।
.......................................
ହିନ୍ଦୁସ୍ଥାନ ସମାଚାର / ରାକେଶ