ବଲାଙ୍ଗୀର ଜିଲ୍ଲାର ତହସିଲ ଗୁଡିକରେ ଅଚଳାବସ୍ଥା ଯୋଗୁଁ ଲେକେ ହଇରାଣ ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା ଜିଲ୍ଲା ଓକିଲ ସଂଘ
ବଲାଙ୍ଗିର, 12 ଜୁନ୍ (ହି.ସ.) ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ତହସିଲ୍ ଗୁଡିକରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ମନୋମୁଖୀ କାରବାର ଯୋଗୁଁ ଏହି ତହସିଲ ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ମାମଲା, ମ୍ୟୁଟେସନ୍ କେଶ,
ବଲାଙ୍ଗୀର ଜିଲ୍ଲାର ତହସିଲ ଗୁଡିକରେ ଅଚଳାବସ୍ଥା ଯୋଗୁଁ ଲେକେ ହଇରାଣ ସ୍ଥାୟୀ ସମାଧାନ ପାଇଁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କଲା ଜିଲ୍ଲା ଓକିଲ ସଂଘ


ବଲାଙ୍ଗିର, 12 ଜୁନ୍ (ହି.ସ.)

ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ତହସିଲ୍ ଗୁଡିକରେ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ମାନଙ୍କ ମନୋମୁଖୀ କାରବାର ଯୋଗୁଁ ଏହି ତହସିଲ ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ମାମଲା, ମ୍ୟୁଟେସନ୍ କେଶ, ଜାତିଗତ ପ୍ରମାଣପତ୍ର, ଆବାସିକ ପ୍ରମାଣପତ୍ର ଓ ଆୟ ସଂପର୍କିିତ ପ୍ରମାଣପତ୍ର ପାଇବାରେ ଲୋକଙ୍କୁ ଅଯଥାରେ ହଇରାଣ ହେବାକୁ ପଡୁଛି । ବଲାଙ୍ଗୀର ତହସିଲ୍ ସମେତ ଜିଲ୍ଲାର ପୁଇଁନ୍ତଳା, ଦେଓଗାଁ ଓ ତୁଷୁରା ତହସିଲ୍ ରେ ଲୋକେ ଜମିଜମା କାଗଜପତ୍ର କରିବା ପାଇଁ ତହସିଲକୁ ଦୌଡିଦୌଡି ନୟାନ୍ତ ହୋଇଯାଉଥବା ବେଳେ ବଲାଙ୍ଗୀର ତହସିଲରେ କର୍ମଚାରୀ ଅଭାବର ଆଳ ଦେଖାଇ ଲୋକଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ହୋଇଛି। ବଲାଙ୍ଗୀର ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଆଜି ବଲାଙ୍ଗିର ଜିଲ୍ଲାପାଳ ଗୌରୱ ଶିୱାଜି ଇଶଲୱାରଙ୍କୁୁ ସକ୍ଷାତ କରି ତହସିଲ ଗୁଡିକରେ ଲାଗି ରହିଥିବା ଅଚଳାବସ୍ଥାକୁ ତୁରନ୍ତ ଦୂର କରିବା ପାଇଁ ନିବେଦନ କରିଥିଲେ । ବଲାଙ୍ଗୀର ତହସିଲରେ ଦଲାଲ ରାଜକୁ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କ ନିକଟରେ ଓକିଲ ମାନେ ଦାବି କରିଛନ୍ତି । ଓକିଲ ସଂଘର ବରିଷ୍ଠ ସଭ୍ୟ ପ୍ରମୋଦ ତ୍ରିପାଠୀ, ଜୟକୃଷ୍ଣ ସାହୁ, ରବି ନାରାୟଣ ବହିଦାର, ହୃଦାନନ୍ଦ ଭୋଇ, ଆର୍ତ୍ତତ୍ରାଣ ପୁରୋହିତ, ଅଶୋକ ନାୟକ, ପ୍ରଶାନ୍ତ ସେନାପତି ପ୍ରମୁଖ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବଲାଙ୍ଗୀର ତହସିଲର ବିଭିନ୍ନ ସମସ୍ୟା ଉପରେ ଦୃଷ୍ଟିଆକର୍ଷଣ କରିଥିଲେ । ଓକିଲ ମାନଙ୍କ ଅଭିଯୋଗ ପରେ ଏ ସଂକ୍ରାନ୍ତରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରତିଶୃତି ଦେଇଛନ୍ତି।

---------------

ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ


 rajesh pande