
ସମ୍ବଲପୁର,୧୨, ଜୁନ୍ (ହି.ସ.) ସମ୍ବର୍ଦ୍ଧିତ ହେବେ ବିଭିନ୍ନ ଭାଷା ର ୫ ଜଣ ବିଶିଷ୍ଟ କବି କବିତାରେ ଭାଷା ର ପ୍ରଚାର ପ୍ରସାର ହିଁ ଅମୀର ଖୁସରୁ ଫାଉଣ୍ଡେସନ ର ମୂଳ ଲକ୍ଷ୍ୟ ସମ୍ବଲପୁର ର ଅମୀର ଖୁସରୁ ଫାଉଣ୍ଡେସନ ପକ୍ଷରୁ ଆସନ୍ତା ଜୁନ ୧୪ ତାରିଖ ଦିନ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟ ରେ ଆୟୋଜିତ ହେବ କ୍ଷ ଏହି ବିଷୟକୁ ନେଇ ଅନୁଷ୍ଠାନ ପକ୍ଷରୁ ସ୍ଥାନୀୟ ସାମ୍ବାଦିକ ଭବନ ଠାରେ ଏହା ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସମ୍ପାଦକ ମହମ୍ମଦ ପରବେଜ ଅଲ୍ଲୀ ଖାନ ଙ୍କ ସହିତ ସଭାପତି ନାସିର ଫରାଜ, କାର୍ଯ୍ୟକ୍ରମ ସଂଯୋଜକ ସୂର୍ଯ୍ୟ ପାଣିଗ୍ରାହୀ, ଯୁଗ୍ମ ସମ୍ପାଦକ ତ୍ରିଲୋଚନ ତ୍ରିପାଠୀ ଓ ଆଇନ ପରାମର୍ଶ ଦାତା ଜୟ କୃଷ୍ଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ଏହି ପରିପେକ୍ଷୀରେ ସମ୍ପାଦକ ପରବେଜ ଅଲ୍ଲୀ କହିଲେ ଯେ, ଗତବର୍ଷ ସର୍ବ ଭାରତୀୟ ମୁଶାୟେରା ର ଆୟୋଜକ ହୋଇଥିଲା କିନ୍ତୁ ଏହି ବର୍ଷ ବିଶେଷ ଭାବରେ କବିତା ମାଧ୍ୟମରେ ଭାଷା ର ପ୍ରଚାର ପ୍ରସାର ଆହୁରି ବ୍ୟାପକ କରିବା ପାଇଁ ଉର୍ଦୁ, ହିନ୍ଦୀ ଓ ସମ୍ବଲପୁରୀ ଭାଷା ର କବି ମାନଙ୍କୁ ସାମିଲ କରାଯିବାର କାର୍ଯ୍ୟକ୍ରମ ରହିଛି କ୍ଷ ଏଥିସହ ବିଭିନ୍ନ ଭାଷା ର ବିଶିଷ୍ଟ କବି ମାନଙ୍କୁ ସମ୍ବର୍ଦ୍ଧିତ କରାଯିବାର କାର୍ଯ୍ୟକ୍ରମ ରହିଛି । ଯେଉଁ ମାନଙ୍କୁ ସମ୍ମାନିତ କରାଯିବ ସେମାନେ ହେଲେ, ରାଉରକେଲା ର ଡ଼. କ୍ରିଷ୍ଣା କୁମାର ପ୍ରଜାପତି ( ହିନ୍ଦୀ / ଉର୍ଦୁ ), ଝାରସୁଗୁଡା ର ମଇନୁଦ୍ଦିନ ଜଖମୀ ( ଉର୍ଦୁ ), ସମ୍ବଲପୁର ର ଅଲତାଫ ହୁସେନ ହସରତ (ଉର୍ଦୁ ),ଅନଗୁଳ ର ଦିନେଶ କୁମାର ମାଲି ( ହିନ୍ଦୀ ) ଓ ଭେଡେନ, ବରଗଡ଼ ଜିଲ୍ଲା ର ଉତ୍ପନ୍ନ ଭୋଇ ( ସମ୍ବଲପୁରୀ ) । ସଭାପତି ନାସିର ଫରାଜ କହିଲେ ଯେ ସାରା ଭାରତ ରୁ କବି ମାନଙ୍କୁ ଆମନ୍ତ୍ରଣ କରାଯାଇଥିବା ବେଳେ ବିଶିଷ୍ଟ ଉର୍ଦୁ କବି ତଥା ଚଳଚିତ୍ର ନିର୍ଦେଶକ ଲଖନୌ ର ଜଲାଲ ସିଦ୍ଧିକୀ ଏବର୍ଷ ର ବିଶିଷ୍ଟ ଅତିଥି ଭାବେ ଯୋଗ ଦେବେ । ଏଥି ସହ ମୁମ୍ବାଇ ର ହୁକୁମ ଚନ୍ଦ କୋଠରୀ, ବୁରହାନପୁର ର ଡ଼. ଜଲ୍ଲୀଉଲ ରେହେମାନ, ଅମରାବତି ର ଡ଼. ଜାହିର ନୟର, ଆଜମଗଡ଼ ର ମୈକଶ ଆଜମି, ରାଜଗାଙ୍ଗପୁର ର ଅଫଜ଼ାଲ ବେଦାର, ଫୈଜାବାଦ ର ଜମସେଦ ଫୈଜାବାଦୀ, ସମ୍ବଲପୁର ର ମୁମତାଜ଼ ସୋଉର, ଭୁବନେଶ୍ୱର ର ବିକ୍ରମ ଆଦିତ୍ୟ ସିଂ, ଦେୱାସ ର ଚାନ୍ଦ ସୋନୀ, ରାୟପୁର ର ଅରୁଣା ଚୌହାନ, ଚରଖାରି ର ଶବାନା ଶୱା ଓ ଝାରସୁଗୁଡା ର ଅଜୟ ଆଲାମ ଙ୍କ ସହ ସମ୍ବର୍ଦ୍ଧିତ କବି ମାନେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି କ୍ଷ ସଂଯୋଜକ ଶ୍ରୀ ପାଣିଗ୍ରାହୀ କହିଲେ ଯେ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ସମ୍ବଲପୁର ବିଧାୟକ ଜୟ ନାରାୟଣ ମିଶ୍ର ଓ ସମ୍ମାନିତ ଅତିଥି ଭାବରେ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ପ୍ରମୁଖ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି କ୍ଷ ଏହି କାର୍ଯ୍ୟକ୍ରମ ରେ ବିଭିନ୍ନ ଭାଷାର ପ୍ରଚାର ପ୍ରସାର ହିଁ ମୁଖ୍ୟ ଉଦେଶ୍ୟ କ୍ଷ ଶେଷରେ ପରାମର୍ଶ ଦାତା ଶ୍ରୀ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ କ୍ଷ ସୂର୍ଯ୍ୟ ପାଣିଗ୍ରାହୀ, ସମ୍ବଲପୁର ।
-------------
---------------
ହିନ୍ଦୁସ୍ଥାନ ସମାଚାର / ଶୈଳେଶ