ବୁର୍ଲାରେ ୪ ଲକ୍ଷ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ, ଘରର ରୋଷେୟା ଗିରଫ
ବୁର୍ଲାରେ ୪ ଲକ୍ଷ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ, ଘରର ରୋଷେୟା ଗିରଫ
ବୁର୍ଲାରେ ୪ ଲକ୍ଷ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ, ଘରର ରୋଷେୟା ଗିରଫ


ସମ୍ବଲପୁର,୧୨, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ବୁର୍ଲା ଥାନା ଅଂଚଳରେ ଘଟିଥିବା ୪ ଲକ୍ଷ ଟଙ୍କା ଚୋରି ଘଟଣାକୁ ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଅଭିଯୋଗକାରୀଙ୍କ ଘରର ରୋଷେୟାଙ୍କୁ ଗିରଫ କରିବା ସହ ଚୋରି ଯାଇଥିବା ୪ ଲକ୍ଷ ଟଙ୍କାକୁ ପୋଲିସ ଜବତ କରିଛି।

ପୋଲିସ ସୂଚନା ଅନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲାର ଶାଶ୍ୱତ ଶେଖର ସାରଙ୍ଗୀ (୩୪) ଗତ ୧୧ ଜୁନ ସନ୍ଧ୍ୟାରେ ବୁର୍ଲା ଥାନାରେ ଲିଖିତ ଅଭିଯୋଗ ଦେଇ ତାଙ୍କ ବାସଭବନରୁ ୪ ଲକ୍ଷ ଟଙ୍କା ନିଖୋଜ ହୋଇଥିବା ଜଣାଇଥିଲେ। ତାଙ୍କ ଘରର ରୋଷେୟା ଓ ଘରୋଇ ସହାୟିକାଙ୍କ ଘରକୁ ଅବାଧ ପ୍ରବେଶ ଥିବାରୁ ସେମାନଙ୍କ ଉପରେ ସନ୍ଦେହ ପ୍ରକାଶ କରିଥିଲେ।

ଅଭିଯୋଗ ଆଧାରରେ ବୁର୍ଲା ଥାନା କେସ୍ ନଂ–୨୬୮/୨୦୨୬, ଧାରା ୩୦୫ ବିଏନଏସ୍ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ସମୟରେ ରୋଷେୟା ଚନ୍ଦ୍ରଶେଖର ବେହେରା ନିଜ ଦୋଷ ସ୍ୱୀକାର କରିଥିଲେ। ସେ ଗତ ୧୦ ଜୁନରେ ଅଭିଯୋଗକାରୀଙ୍କ ଘରୁ ୪ ଲକ୍ଷ ଟଙ୍କା ଚୋରି କରି ନିଜ ଘରେ ରଖିଥିବା କହିଥିଲେ।

ପୋଲିସ ଅଭିଯୁକ୍ତଙ୍କ ଘରୁ ୫୦୦ ଟଙ୍କିଆ ନୋଟର ୪୦୦ ଖଣ୍ଡ ସମେତ ମୋଟ ୪ ଲକ୍ଷ ଟଙ୍କା ଜବତ କରିଛି। ଅଭିଯୁକ୍ତ ଚନ୍ଦ୍ରଶେଖର ବେହେରା (୪୯), ପିତା–ଦଣ୍ଡପାଣି ବେହେରା, ତେଲୁଗୁପଡ଼ା, ବୁର୍ଲା ନିବାସୀଙ୍କୁ ୧୨ ଜୁନ ସକାଳ ୬ଟା ୧୫ ମିନିଟ୍ରେ ଗିରଫ କରାଯାଇଥିଲା।

ପରେ ତାଙ୍କୁ ସମ୍ବଲପୁର ଜେଏମଏଫସି-୧ (ସିଟି) ଅଦାଲତରେ ହାଜର କରାଯାଇ ଆଗାମୀ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପଠାଯାଇଛି।

-------------

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande