ବିଶ୍ୱ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ
ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ
ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ


ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ


ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ


ବିଶ୍ଵ ଶିଶୁ ଶ୍ରମ ବିରୋଧ ଦିବସ ପାଳିତ


ସମ୍ବଲପୁର,୧୨, ଜୁନ୍ (ହି.ସ.) - ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ଅନ୍ତର୍ଗତ ବକ୍ସମା ପଂଚାୟତର ଠାକୁରନିକ୍ତିମାଲ ଗ୍ରାମଠାରେ ରୋପ ଅନୁଷ୍ଠାନ, ବାଲସୁରକ୍ଷା ଇନିସିଏଟିବ (ନୂଆଦିଲ୍ଲୀ) ମିଳିତ ଉଦ୍ୟମରେ ବିଶ୍ୱ ଶିଶୁ ଶ୍ରମ ବିରୋଧୀ ଦିବସ ପାଳିତ ହୋଇଯାଇଛି। ସର୍ବ ପ୍ରଥମେ ଶିଶୁ ମାନଙ୍କ ସହିତ ଅତିଥି ଗଣ ଠାକୁରନିକ୍ତିମାଲ ଗ୍ରାମଠାରେ ଏକ ସଚେତନତା ପଦଯାତ୍ରା କରାଯାଇଥିଲା। ଏହି ପଦଯାତ୍ରା ସମୟରେ ଶିଶୁ ମାନେ ବିଭିନ୍ନ ସ୍ଲୋଗାନ ଦେଇ ଗ୍ରାମ ବାସୀଙ୍କୁ ସଚେତନ କରିଥିଲେ । ଏହା ପରେ ଠାକୁରନିକ୍ତିମାଲ ଗ୍ରାମର କ୍ଳବ୍ ଘର ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରୋପ ସଂଯୋଜକ ବିମଳ ମେହେର ଅତିଥି ପରିଚୟ ପ୍ରଦାନ ଏବଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ପ୍ରଥମେ ଅତିଥି ମାନଙ୍କ ଦ୍ୱାରା ମା ସମଲେଇଙ୍କୁ ଆହ୍ୱାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଶିଶୁ ଶ୍ରମିକ ନିୟୋଜନ ଓ ପ୍ରଥାକୁ ବିରୋଧ କରି ଏକ ଶପଥ ପାଠ ମୁଖ୍ୟ ଅତିଥି କରାଇଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ଆଇ.ସି. ଡି.ଏସ ସୁପରଭାଇଜର ଯମୁନା ବାଘ, ସମ୍ମାନିତ ଅତିଥି ଭାବରେ ରୋପ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ସଞ୍ଜୟ କୁମାର ମିଶ୍ର,ସ୍ୱାସ୍ଥ୍ୟ କର୍ମୀ ବୀନତି ସରୋଜିନୀ ବୁର , ସୌକି ବାଙ୍କରା, ଅଙ୍ଗୱାଡ଼ି କର୍ମୀ ସଂଯୁକ୍ତା ଦେହୁରୀ ,ପୁଷ୍ପଲତା ଅମାତ, ଏମ.ବି. କେ ହୁମାସିନି ଠାକୁର, ଆଶା କର୍ମୀ ପ୍ରମିଳା କିସାନ, କୃଷିମିତ୍ର ପ୍ରେମଲତା ନିଖଣ୍ଡିଆ, ଇସି ମେମ୍ବର ସବିତା ବାଘ ପ୍ରମୁଖ ଯୋଗଦାନ କରିଥିଲେ । ଉକ୍ତ ସଭାରେ ଅତିଥି ଗଣ ଶିଶୁ ଶ୍ରମ ନିରାକରଣ ଏବଂ ପ୍ରତ୍ୟେକ ଶିଶୁଙ୍କୁ ଶିକ୍ଷା, ସୁରକ୍ଷା ଓ ଉଜ୍ଜ୍ୱଳ ଭବିଷ୍ୟତ ଦେବା ପାଇଁ ସଚେତନତା ସୃଷ୍ଟି କରିବା ସହ ଶିଶୁଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ସେମାନଙ୍କର ଅଧିକାର କୁ ସମସ୍ତଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ବକ୍ତବ୍ୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱୟଂସହାୟକ ଗୋଷ୍ଠୀ ମହିଳା ମାନେ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ରୋପ କର୍ମକର୍ତା ଜୁଲି ମାହାନ୍ତ, ଭୂମିଶ୍ୱେତା ଧୁରୁଆ ସହଯୋଗ କରିଥିଲେ ।

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande