ଚାମେଲିଙ୍କୁ ନ୍ୟାୟ ପ୍ରଦାନ ପାଇଁ ଭଦ୍ରକ ସରପଂଚ ସଂଘ ପକ୍ଷରୁ ରାଜ୍ୟପାଳଙ୍କୁ ନିବେଦନ
ଭଦ୍ରକ, ୧୭ ଜୁନ୍ (ହି.ସ.) - କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପଡା ପଂଚାୟତ ସମିତି ଅଧୀନସ୍ଥ ତିକ୍ଷିରି ପଂଚାୟତର ସରପଂଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟକଳାପରେ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ ବାବା ଆଖଣ୍ଡଳମଣି ଜିଲା ସରପଂଚ ସଂଘ ପ୍ରଶାସନ ଜରିଆରେ ରାଜ୍ୟପାଳଙ୍କୁ ଏକ ପତ୍ର
CHAMELI - BHADRAK SARAPANCH SANGHA DABIPATRA


ଭଦ୍ରକ, ୧୭ ଜୁନ୍ (ହି.ସ.) - କେନ୍ଦ୍ରାପଡା ଜିଲା ଅନ୍ତର୍ଗତ ମହାକାଳପଡା ପଂଚାୟତ ସମିତି ଅଧୀନସ୍ଥ ତିକ୍ଷିରି ପଂଚାୟତର ସରପଂଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟକଳାପରେ ରାଜ୍ୟପାଳ ହସ୍ତକ୍ଷେପ କରିବାକୁ ବାବା ଆଖଣ୍ଡଳମଣି ଜିଲା ସରପଂଚ ସଂଘ ପ୍ରଶାସନ ଜରିଆରେ ରାଜ୍ୟପାଳଙ୍କୁ ଏକ ପତ୍ର ଜରିଆରେ ନିବେଦନ କରିଛନ୍ତି। ଆଜି ସଂଘର କର୍ମକର୍ତାମାନେ ଏକ ଶୋଭାଯାତ୍ରାରେ ଆସି ଚାମେଲିଙ୍କୁ ନ୍ୟାୟ ପ୍ରଦାନ ଦେବାପାଇଁ ଜିଲାପାଳଙ୍କ ଅଫିସ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ରାଜ୍ୟପାଳଙ୍କୁ ଦେଇଥିବା ଦାବିପତ୍ରରେ ସଂଘ ପକ୍ଷରୁ ଦର୍ଶାଯାଇଛି ଯେ ନିଜ ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବନ୍ଧରେ ଆଲୋଚନା କରିବା ପାଇଁ ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତରକୁ ଆସିଥିଲେ। ସଂପୃକ୍ତ ବିଡିଓ ଓ ଅନ୍ୟ କେତେକ ବ୍ୟକ୍ତିବିଶେଷ ତାଙ୍କୁ ସେଠାରେ ନାନା ଦୁର୍ବ୍ୟବହାର ପ୍ରଦର୍ଶନ କରାଯିବା ସହ ପୁଲିସ୍କୁ ଡକାଇ ତାଙ୍କ ବିରୁଦ୍ଧରେ ମିଥ୍ୟା ଅଭିଯୋଗ କରାଯାଇଥିଲା। ପୁଲିସ୍ ଘଟଣାସ୍ଥଳରେ ପହଂଚି ସମାଧାନ କରିବା ପରିବର୍ତେ ପରିସ୍ଥିତିକୁ ଆହୁରି ଜଟିଳ କରିଦେଇଥିଲେ। ସରପଂଚଙ୍କୁ ଜୋର ଜବରଦସ୍ତ ପୁଲିସ୍ ଗାଡିରେ ବସାଇ ଥାନାକୁ ନେଇଯାଇଥିଲେ। ଥାନାରେ ପୁଲିସ୍ କର୍ମଚାରୀ ତାଙ୍କ ମୋବାଇଲ୍ ଫୋନ୍ ଛଡାଇନେବା ସହ ତାଙ୍କୁ ମରଣାନ୍ତକ ଶାରୀରିକ ନିର୍ଯ୍ୟାତନା ଦେଇଥିଲେ। ଏପରିକି ତାଙ୍କ ନାମରେ ମିଥ୍ୟା ଅଭିଯୋଗ କରି ତାଙ୍କୁ ଗିରଫ କରାଯାଇ ଜେଲ୍ ପଠାଯାଇଥିଲା। ଅନ୍ୟପକ୍ଷରେ ଏହି ପ୍ରଶାସନିକ ଅଧିକାରୀମାନଙ୍କ ନାନା ନିର୍ଯ୍ୟାତନାରେ ଅସୁସ୍ଥ ହୋଇପଡିଥିବା ସରପଂଚ ଚାମେଲି ଡାକ୍ତରଖାନାରେ ଭର୍ତି ହୋଇଥିଲେ। ଜଣେ କାର୍ଯ୍ୟରତ ଜନ ପ୍ରତିନିଧି ଓଝାଙ୍କ ପ୍ରତି ପୁଲିସ୍ର ସୁପରିକଳ୍ପିତ ଅମାନୁଷିକତା ଆଜି ସାରା ଓଡ଼ିଶାରେ ଚାଂଚଲ୍ୟ ସୃଷ୍ଟି କରିବା ସହ ସାଧାରଣ ଜନତାଙ୍କର ଆଇନ୍ ବ୍ୟବସ୍ଥା ଉପରୁ ଆସ୍ଥା ତୁଟିବାକୁ ବସିଲାଣି। ଏଭଳି ପରିସ୍ଥିତିରେ ରାଜ୍ୟପାଳଙ୍କ ହସ୍ତକ୍ଷେପ ନିହାତି ଜରୁରୀ ବୋଲି ସଂଘ ପକ୍ଷରୁ ଅନୁରୋଧ କରାଯାଇଛି। ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande