ଟ୍ରକ୍କୁ ପିଟିଲା ବାଇକ୍, ଦୁଇ ଭାଇ ମୃତ
ଖୋର୍ଦ୍ଧା, ୨୩ ଜୁନ୍(ହି.ସ.) – ୫୭ ନମ୍ବର ଜାତୀୟ ରାଜପଥର ଦିଘିରି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛରେ ବାଇକ ପିଟିହୋଇ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଭାଇ ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ଫାସିଓଦା ପଂଚାୟତ ଦିଘିରି ଗ୍ରାମର ବିକାଶ ପ୍ରଧା
ଦୁର୍ଘଟଣା


ଖୋର୍ଦ୍ଧା, ୨୩ ଜୁନ୍(ହି.ସ.) – ୫୭ ନମ୍ବର ଜାତୀୟ ରାଜପଥର ଦିଘିରି ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ ପଛରେ ବାଇକ ପିଟିହୋଇ ଦୁଇ ଭାଇଙ୍କ ମୃତ୍ୟୁ ଘଟିଛି। ମୃତକ ଦୁଇଭାଇ ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ଫାସିଓଦା ପଂଚାୟତ ଦିଘିରି ଗ୍ରାମର ବିକାଶ ପ୍ରଧାନ ଓ ଆକାଶ ପ୍ରଧାନ। ସୂଚନା ମୁତାବକ, ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବୋଲଗଡ଼ ଥାନା ଦିଘିରି ଗ୍ରାମ ନିକଟରେ ସୋମବାର ବିଳମ୍ବିତ ରାତ୍ରି ରାଜପଥ ପାର୍ଶ୍ୱରେ ଅଟକି ରହିଥିବା ଟ୍ରକ ପଛରେ ଏକ ବାଇକ୍ ଧକ୍କା ହୋଇଛି। ଫଳରେ ବାଇକ୍ରେ ଯାଉଥିବା ଦୁଇଭାଇଙ୍କର ମୃତ୍ୟୁ ଘଟିଛି। ମୃତକ ଦୁଇ ଜଣ ଦିଘିରୀ ଗ୍ରାମର ଦୁଇ ଭାଇ ଆକାଶ ପ୍ରଧାନ(୨୭) ଓ ବିକାଶ ପ୍ରଧାନ(୨୩) ବୋଲି ଜଣାପଡ଼ିଛି। ଘଟଣାରୁ ପ୍ରକାଶ ଯେ, ୫୭ ନମ୍ବର ଜାତୀୟ ରାଜପଥର ଦିଘିରି ଠାରେ ଏକ ଟ୍ରକ୍ କୌଣସି କାରଣରୁ ଅଚଳ ହୋଇ ରାସ୍ତାର ଏକ ପାର୍ଶ୍ୱରେ ଅଟକି ଠିଆ ହୋଇ ରହିଥିଲା। ଉକ୍ତ ରାଜପଥରେ ଟ୍ରକର ପଛ ପଟ ଦିଗରୁ ଯାଉଥିବା ବାଇକ୍ଟି ସମ୍ଭବତଃ ଟ୍ରକ ଅଟକିଥିବାର ସତର୍କତା ସୁଚନା ପାଇ ନପାରି ଧକ୍କା ହୋଇଥିବାର ସାଧାରଣରେ ଅନୁମାନ କରାଯାଉଛି। ରାଜପଥରେ ଯାଉଥିବା ବାଇକ୍ଟି ଟ୍ରକ୍କୁ ଅତିକ୍ରମ କରିନପାରି ଟ୍ରକ୍ ପଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବାର କୁହାଯାଉଛି। ଫଳରେ ବାଇକ୍ରେ ଥିବା ୨ ଭାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ। ସେମାନଙ୍କୁ ଚିକିତ୍ସା ପାଇଁ ବୋଲଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ଭାଇ ଦ୍ୱୟଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବୋଲଗଡ଼ ଥାନା ପୋଲିସ ଏକ ମାମଲା ରୁଜୁକରି ଟ୍ରକ୍ ଓ ବାଇକ୍କୁ ଜବତ କରିଛି। ମୃତ ଦୁଇଭାଇଙ୍କର ମରଶରୀରକୁ ପୋଲିସ ଜବତକରି ଶବ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ କରୁଥିବା ଜଣାପଡ଼ିଛି।

.......................................

ହିନ୍ଦୁସ୍ଥାନ ସମାଚାର / ରାକେଶ


 rajesh pande