ବିଦ୍ୟୁତ୍ କର୍ମଚାରୀଙ୍କୁ ମାଡ ଘଟଣା,୩ ଗିରଫ
ଭଦ୍ରକ, ୨୩ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିନ ଚଣ୍ଡୀପୁର ଗ୍ରାମରେ ରବିବାର ବେଆଇନ୍ ଭାବେ ବିଦ୍ୟୁତ୍ ବ୍ୟବହାର କରୁଥିବାର ଖବର ପାଇ ବିଭାଗୀୟ (ଟିପିଏନଓଡିଏଲ୍)କର୍ମଚାରୀ ତଦନ୍ତରେ ଯାଇଥିବା ବେଳେ କର୍ମଚାରୀ ଜୟକୃଷ୍ଣ ପଢିଆରୀଙ୍କୁ ପ୍ରବଳ ମାଡ ମରାଯାଇଥିଲା । ଏନେଇ ବିଭାଗ ପକ୍ଷରୁ ଭଦ୍ର
bidyut karmachari nku mada ghatana


ଭଦ୍ରକ, ୨୩ ଜୁନ୍ (ହି.ସ.) - ଭଦ୍ରକ ଜିଲ୍ଲା ବନ୍ତ ଥାନା ଅଧିନ ଚଣ୍ଡୀପୁର ଗ୍ରାମରେ ରବିବାର ବେଆଇନ୍ ଭାବେ ବିଦ୍ୟୁତ୍ ବ୍ୟବହାର କରୁଥିବାର ଖବର ପାଇ ବିଭାଗୀୟ (ଟିପିଏନଓଡିଏଲ୍)କର୍ମଚାରୀ ତଦନ୍ତରେ ଯାଇଥିବା ବେଳେ କର୍ମଚାରୀ ଜୟକୃଷ୍ଣ ପଢିଆରୀଙ୍କୁ ପ୍ରବଳ ମାଡ ମରାଯାଇଥିଲା । ଏନେଇ ବିଭାଗ ପକ୍ଷରୁ ଭଦ୍ରକ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଦୀପକ କୁମାର ମହାନ୍ତି ବନ୍ତ ଥାନାରେ ଅଭିଯୋଗ ହେବା ପରେ ସୋମବାର ହିତାଧିକାରୀଙ୍କ ମିଟର ଓ ତାର ଖୋଲାଯାଇ ବିଦ୍ୟୁତ୍ ସଂଯୋଗ ବିଛିନ୍ନ କରାଯାଇଥିଲା । ପୋଲିସ୍ ଭିଡିଓ ଫୁଟେଜକୁ ଆଧାର କରି ଗଣ୍ଡଗୋଳରେ ସଂପୃକ୍ତ ମିର ଅବଦୁଲ ହାସିମ୍, ମିର ଅବଦୁଲ୍ ମୁକ୍ତି, ମିର ଇମତାଜ ଆଲମ୍ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଘଟଣାରେ ସଂପୃକ୍ତ ଅନ୍ୟମାନେ ଫେରାର ଥିବା ଥାନାଧିକାରୀ ସୁପ୍ରକାଶ ମହାନ୍ତି କହିଥିବା ବେଳେ ଅଧିକ ତଦନ୍ତ ଚଳାଇଛି ପୋଲିସ୍ ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande