ଅମୃତ ସରୋବର ଯୋଜନା ବାଟବଣା : ଭିଜିଲାନ୍ସ ତଦନ୍ତ ଦାବି
ଅମୃତ ସରୋବର ଯୋଜନା ବାଟବଣା : ଭିଜିଲାନ୍ସ ତଦନ୍ତ ଦାବି
ଅମୃତ ସରୋବର ଯୋଜନା ବାଟବଣା : ଭିଜିଲାନ୍ସ ତଦନ୍ତ ଦାବି


ଅମୃତ ସରୋବର ଯୋଜନା ବାଟବଣା : ଭିଜିଲାନ୍ସ ତଦନ୍ତ ଦାବି


ଅମୃତ ସରୋବର ଯୋଜନା ବାଟବଣା : ଭିଜିଲାନ୍ସ ତଦନ୍ତ ଦାବି


ଅମୃତ ସରୋବର ଯୋଜନା ବାଟବଣା : ଭିଜିଲାନ୍ସ ତଦନ୍ତ ଦାବି


ଅମୃତ ସରୋବର ଯୋଜନା ବାଟବଣା : ଭିଜିଲାନ୍ସ ତଦନ୍ତ ଦାବି


ସମ୍ବଲପୁର,୦୭, ଜୁନ୍ (ହି.ସ.) ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅନ୍ତର୍ଗତ ମଣ୍ଡାଢିପା ଗ୍ରାମର ବହୁ ଚର୍ଚ୍ଚିତ ପ୍ରଧାନକଟାର ଉନ୍ନତିକରଣ ପାଇଁ ଦୀର୍ଘ ଦିନ ଧରି ଦାବି ହୋଇ ଆସୁଥିବା ବେଳେ ଶେଷରେ ରାଜ୍ୟ ସରକାରଙ୍କ ଅମୃତ ସରୋବର ଯୋଜନା ପାଇଁ ମନୋନୀତ ହୋଇଥିଲା । ବିଭାଗୀୟ ଅଧିକାରୀ, କନିଷ୍ଠ ଯନ୍ତ୍ରୀ ଟିକିନିଖି କରି ଏହାର ତଦନ୍ତ କରିବା ପରେ ଯୋଜନାର ସୁଫଳ ଯେପରି ଲୋକେ ପାଇବେ ସେ ସମ୍ପର୍କରେ ରିପୋର୍ଟ ମଧ୍ୟ ପ୍ରସ୍ତୁତ କରିଥିଲେ । ପ୍ରାୟ ୧୦ ଲକ୍ଷ ଟଙ୍କାର ସରକାରୀ ଅନୁଦାନ ମିଳିବା ପରେ ପ୍ରଧାନକଟାରେ ଅମୃତ ସରୋବର ଯୋଜନା ବହୁ ଦ୍ରୃତଗତିରେ ଚାଲୁଥିବା ମଧ୍ୟ ପ୍ରଚାର ହୋଇଥିଲା । ହେଲେ ବାମରା ବ୍ଲକ ମୁଣ୍ଡାଢିପା ଗ୍ରାମରେ ହେଉଥିବା ପ୍ରଧାନକଟା ସଂସ୍କାର କାର୍ଯ୍ୟର ସବୁ ଦୁର୍ନୀତିକୁ ପଞ୍ଚାୟତ ଉନ୍ନୟନ ଅଧିକାରୀଙ୍କ ଠାରୁ ଆରମ୍ଭ କରି ବ୍ଲକ୍ ଉନ୍ନୟନ ଅଧିକାରୀ ଜାଣି ନଜାଣିବା ଭଳି ଅଭିନୟ କରିବା ଘଟଣା ଏବେ ତୀବ୍ର ଅସନ୍ତୋଷର କାରଣ ପାଲଟିଛି । ଏବେ ପ୍ରଧାନକଟାରେ ହୋଇଥିବା କାର୍ଯ୍ୟ ମଧ୍ୟରେ କେବଳ କିଛି ପାହାଚ ହୋଇଥିବା ଦେଖିବାକୁ ମିଳିଛି । ଆର୍ଥିକ ଅନୁଦାନ ମିଳିଥିବା ତଥାକଥିତ ଯୋଜନାକୁ ଅନୁଧ୍ୟାନ କଲେ ସର୍ବନିମ୍ନ ଲୋକଙ୍କ ତୁଠ ନାହିଁ, ପାଣି ସ୍ଥାନରେ ଜଙ୍ଗଲି ଦଳ ସହ ଅନାବନା ବୃକ୍ଷଲତା ଭର୍ତ୍ତି । ସେହିପରି ପ୍ରଧାନକଟା ପୁଷ୍କରିଣୀରେ ବିଶୁଦ୍ଧ ଜଳ ଧାରଣ କ୍ଷମତା ବୃଦ୍ଧି କରାଇବା ଦିଗରେ ମଧ୍ୟ କୌଣସି ପଦକ୍ଷେପ ନିଆ ଯାଇନାହିଁ । ଫଳରେ କେବଳ ସରକାରୀ ଅନୁଦାନ ଅର୍ଥ ହଡ଼ପ କରିବା ପାଇଁ ଏହା ଏକ ରୀତିମତ ଅଭିଯାନ ବୋଲି ଅନେକେ ଗ୍ରାମବାସୀ ଅଭିଯୋଗ କରିଛନ୍ତି । କାରଣ ଅମୃତ ସରୋବର ଯୋଜନାରେ ପ୍ରଧାନକଟା ପୁଷ୍କରିଣୀର ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭରୁ ବ୍ଯବହାର ଯୋଗ୍ଯ ପାଣି ଓ ତୁଠ ପାଇଁ ଲୋକେ ଗୁରୁତ୍ବ ଦେଇ ଆସୁଥିଲେ । ମାତ୍ର ପୁଷ୍କରିଣୀର ଖନନ, ଜଳ ଧାରଣ କ୍ଷମତା ବୃଦ୍ଧି ଓ ପାଣି ବିଶୁଦ୍ଧ କରାନଯିବା ଫଳରେ ଲୋକମାନେ ଗାଧୋଇଲେ ନିଶ୍ଚିତ ଚର୍ମରୋଗର ଆଶଙ୍କା ରହିଥିବା ବେଳେ ଗାଇ ଗୋରୁ ଏହି ପାଣି ପିଇଲେ ରୋଗାକ୍ରାନ୍ତ ହୋଇ ପଡିବାର ଆଶଙ୍କା ଦେଖାଦେଇଛି । ଏହି କାର୍ଯ୍ଯ ତ୍ରୃଟିପୁର୍ଣ୍ଣ ଭାବେ ହେଉଥିବା ନେଇ ପଞ୍ଚାୟତ ଉନ୍ନୟନ ଅଧିକାରୀ ଓ ବ୍ଲକର ବିଡ଼ିଓଙ୍କ ଠାରେ ଅଞ୍ଚଳବାସୀ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ଅଦ୍ଯାବଧି କୌଣସି ପଦକ୍ଷେପ ନିଆ ଯାଇନାହିଁ । ଏବେ ପ୍ରଧାନକଟାର ଅବ୍ଯବସ୍ଥିତ ଅବସ୍ଥାକୁ ସୁଧାରିବା ପାଇଁ ସ୍ଥାନୀୟ ଗ୍ରାମବାସୀ ପ୍ରଶାସନ କଳରେ ଗୁହାରି କରି ଫେଲ୍ ମାରିବା ପରେ ଆଜି ରାଜ୍ୟ ପଞ୍ଚାୟତିରାଜ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ଏବେ ଦେଖିବାକୁ ଅପେକ୍ଷା ପ୍ରଧାନକଟାର ପୁନରୁଦ୍ଧାର ଆଳରେ ଅମୃତ ସରୋବର ଯୋଜନାର ଅର୍ଥ ହଡ଼ପ ଅଭିଯୋଗର କେବେ ହେବ ତଦନ୍ତ ଓ କେବେ ନିଆଯିବ କାର୍ଯ୍ୟାନୁଷ୍ଠାନ ?

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ


 rajesh pande