
ଖୋର୍ଦ୍ଧା,07 ଜୁନ୍ (ହି.ସ.) ଖୋର୍ଦ୍ଧାର ଅଗ୍ରଣୀ ହାଇସ୍କୁଲ ଗୁରୁଜଙ୍ଗରେ ବିଭୂତି ଭୂଷଣ ଜେନା ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ସୁଚିତ୍ରା ନାୟକ ନୂତନ ପ୍ରଧାନ ଶିକ୍ଷକଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ବିଦ୍ୟାଳୟରେ ସ୍ଵାଗତ କରିଥିଲେ । ଅନ୍ୟାନ୍ୟ ଶିକ୍ଷକ ଓ କର୍ମଚାରୀ ଉପସ୍ଥିତ ଥିଲେ । ଏହା ପୂର୍ବରୁ ଶ୍ରୀଯୁକ୍ତ ଜେନା ଖୋର୍ଦ୍ଧା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଦୀର୍ଘଦିନ ଧରି ବରିଷ୍ଠ ଶିକ୍ଷକ ଭାବେ କାର୍ଯ୍ୟରତ ଥିଲେ । ନିଜ ପ୍ରତିକ୍ରିୟାରେ ଶ୍ରୀଯୁକ୍ତ ଜେନା କହିଛନ୍ତି ନିଜର ସୁଦୀର୍ଘ ଅଭିଜ୍ଞତାକୁ ସୁବିନିଯୋଗ କରି ବିଦ୍ୟାଳୟ ବିକାଶକୁ ତ୍ୱରାନ୍ୱିତ କରିବାରେ ସତତ ଚେଷ୍ଟିତ ହେବେ । ଏଥିପାଇଁ ସହକର୍ମୀ, ମ୍ୟାନେଜିଂ କମିଟି, ବୁଦ୍ଧିଜୀବୀ ଓ ସ୍ଥାନୀୟ ଅଧିବାସୀଙ୍କ ସହଯୋଗ କାମନା କରିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ରାକେଶ