
ଜୟପୁର, ୭ ଜୁନ୍ (ହି.ସ.)-
ଶିକ୍ଷା କ୍ଷେତ୍ରରେ ଆଉ ଏକ ବଡ଼ ପଦକ୍ଷେପ। କୋରାପୁଟ ଜିଲ୍ଲାର ୧୨ଟି ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହା ମଧ୍ୟରେ ବୋରିଗୁମ୍ମା ବ୍ଲକର ତିନୋଟି ବିଦ୍ୟାଳୟ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହାର ଶୁଭାରମ୍ଭ କରିଥିଲେ। ରାଜ୍ୟରେ ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ବୋରିଗୁମ୍ମା ବ୍ଲକର ବି ସିଂହପୁର, ନାରିଗାଁ ଓ ଜାନିଗୁଡ଼ା ବିଦ୍ୟାଳୟ ସାମିଲ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ବିଦ୍ୟାଳୟଗୁଡ଼ିକର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।ଏହି ଅବସରରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଯୋଗଦେଇ ନୂତନ ବିଦ୍ୟାଳୟଗୁଡ଼ିକ ଅଞ୍ଚଳର ଶିକ୍ଷା ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବ ବୋଲି କହିଥିଲେ।
ପ୍ରଥମ ପର୍ଯ୍ୟାୟରେ କାମତା, ବୋଡ଼ିଗାଁ ଓ ମୁଣ୍ଡାଗୁଡ଼ା ବିଦ୍ୟାଳୟ ସାମିଲ ହୋଇଥିବା ବେଳେ ଏବେ ଆଉ ତିନୋଟି ବିଦ୍ୟାଳୟ ଯୋଡ଼ାଯାଇଛି।
ହିନ୍ଦୁସ୍ଥାନ ସମାଚାର / ପିକେପି