
ଗଞାମ, 02 ଜୁଲାଇ (ହି.ସ.) - ଏଣିକି ବ୍ରହ୍ମପୁର ବଡ ଡାକ୍ତରଖାନାରେ ସକାଳ ନଅ ଘଣ୍ଟା ପରିବର୍ତ୍ତେ ଆଠ ଘଣ୍ଟାରୁ ଓପିଡି ଟିକଟ କାଉଣ୍ଟର ଖୋଲିଵ । ଫଳରେ ରୋଗୀଙ୍କ ଧାଡ଼ି ଯନ୍ତ୍ରଣା କମିଵ ବୋଲି ଵଡ ଡାକ୍ତରଖାନା ରେଜିଷ୍ଟ୍ରାର ଡାକ୍ତର ଶ୍ୱେତ କୁମାର ଦାଶ ସୂଚନା ଦେଇଛନ୍ତି। ଟିକଟ କାଉଣ୍ଟରରେ ଭିଡ କମିବା ସହ ରୋଗୀମାନେ ବିଶେଷ ଉପକୃତ ହେବେ ବୋଲି ଆଶା କରାଯାଉଛି। ।
ହିନ୍ଦୁସ୍ଥାନ ସମାଚାର/ହୃଷୀକେଶ
---------------
ହିନ୍ଦୁସ୍ଥାନ ସମାଚାର / ହୃଷୀକେଶ