
ଚଣ୍ଡିଗଡ଼, ଜୁଲାଇ 25 (ହି.ସ)। ପଞ୍ଜାବ ପୋଲିସର ଆଣ୍ଟି-ଗ୍ୟାଙ୍ଗଷ୍ଟର ଟାସ୍କ ଫୋର୍ସ (ଏଜିଟିଏଫ୍) ପଳାତକ ଗ୍ୟାଙ୍ଗଷ୍ଟର ଜୋବନଜିତ୍ ସିଂ ଓରଫ୍ ଜୋବାନ ବିଲ୍ଲାଙ୍କୁ ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରୁ ପ୍ରତ୍ୟର୍ପଣ କରିବା ପରେ ଭାରତକୁ ଫେରାଇ ଆଣିବାରେ ସଫଳ ହୋଇଛି। ଅନ୍ତର୍ଜାତୀୟ ସଙ୍ଗଠିତ ଅପରାଧ ବିରୋଧରେ ପୋଲିସ ଏହାକୁ ଏକ ବଡ଼ ସଫଳତା ବୋଲି ବିବେଚନା କରୁଛି।
ପଞ୍ଜାବ ପୋଲିସ ମହାନିର୍ଦ୍ଦେଶକ ଗୌରବ ଯାଦବ କହିଛନ୍ତି ଯେ ଏଜିଟିଏଫ ଓଭରସିଜ୍ ପଳାତକ ଟ୍ରାକିଂ ଏବଂ ପ୍ରତ୍ୟର୍ପଣ ସେଲ୍ ପଞ୍ଜାବ ଏବଂ କେନ୍ଦ୍ରୀୟ ଏଜେନ୍ସିମାନଙ୍କ ସହଯୋଗରେ ଏହି ଅପରେସନ କରିଥିଲା। ଏହି ଅପରେସନ ପ୍ରାୟ ଛଅ ମାସ ଧରି ଚାଲିଥିଲା ଏବଂ ଏହାକୁ ଅପରେସନ ନୋମାଡ ହଣ୍ଟ ନାମରେ ନାମିତ କରାଯାଇଥିଲା।
ବଟି ଆଦାୟ ଏବଂ ଗ୍ୟାଙ୍ଗର ସଦସ୍ୟମାନଙ୍କୁ ଲଜିଷ୍ଟିକ ସହାୟତା ପ୍ରଦାନ କରିବା ଭଳି ଅପରାଧିକ କାର୍ଯ୍ୟକଳାପରେ ଜଡିତ ଅଛନ୍ତି।
ପଞ୍ଜାବରେ ପଞ୍ଜୀକୃତ ହୋଇଥିବା ଚାରୋଟି ହତ୍ୟା ମାମଲାରେ ଜୋବନ୍ ବିଲ୍ଲା ୱାଣ୍ଟେଡ୍। ଏଗୁଡ଼ିକ ମଧ୍ୟରେ ରହିଛି ଜଣେ 13 ବର୍ଷର ଶିଶୁର ହତ୍ୟା। ଏହା ବ୍ୟତୀତ ତାଙ୍କ ବିରୋଧରେ ହତ୍ୟା ଉଦ୍ୟମ, ଏନଡିପିଏସ ଆଇନ ଏବଂ ଅସ୍ତ୍ରଶସ୍ତ୍ର ଅଧିନିୟମ ଅନୁଯାୟୀ ମାମଲା ମଧ୍ୟ ରହିଛି।
ପୋଲିସ୍ ରେକର୍ଡ ଅନୁଯାୟୀ, 10 ରୁ ଅଧିକ ଏଫ୍. ଆଇ. ଆର୍. ରେ ଜୋବନ ବିଲ୍ଲାଙ୍କ ନାମ ରହିଛି। 2023 ମସିହାରେ ସାଥିୟାଲା ଗ୍ରାମରେ ଜର୍ଣ୍ଣେଲ୍ ସିଂଙ୍କ ହତ୍ୟାକାଣ୍ଡରେ ମଧ୍ୟ ସେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି। ଏହା ବ୍ୟତୀତ ସେ ତାଙ୍କ ଭାଇ ଗୁରୁବିନ୍ଦର ସିଂହଙ୍କ ସହ ମିଶି ଅମୃତସରର ଗ୍ରାମାଞ୍ଚଳର ବ୍ୟବସାୟୀ ଏବଂ ଦୋକାନୀମାନଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ କରୁଥିଲେ। ଟଙ୍କା ନ ଦେଲେ ଗୁଳି ଚଳାଇ ଦିଆଯିବ ବୋଲି ମଧ୍ୟ ଧମକ ଦିଆଯାଇଥିଲା।
ପୋଲିସର କହିବା ଅନୁଯାୟୀ, ଗିରଫଦାରୀରୁ ରକ୍ଷା ପାଇବା ପାଇଁ ସେ ଦୁବାଇ ସମେତ ଅନ୍ୟ ଅନେକ ଦେଶରୁ ନିଜର ନେଟୱାର୍କ ଚଳାଉଥିଲେ। ଜାତୀୟ ଏବଂ ଆନ୍ତର୍ଜାତୀୟ ଏଜେନ୍ସିମାନଙ୍କ ମଧ୍ୟରେ ନିରନ୍ତର ତଦାରଖ ଏବଂ ସମନ୍ୱୟ ପରେ ତାଙ୍କୁ ଜାକର୍ତ୍ତାରୁ ନିର୍ବାସିତ କରାଯାଇଥିଲା। ତାଙ୍କ ଅପରାଧିକ ନେଟୱାର୍କ ଏବଂ ଅନ୍ୟ ସହଯୋଗୀମାନଙ୍କ ବିଷୟରେ ସୂଚନା ସଂଗ୍ରହ କରିବା ପାଇଁ ତାଙ୍କୁ ବର୍ତ୍ତମାନ ପଞ୍ଜାବ ପୋଲିସ ଦ୍ୱାରା ପଚରାଉଚରା କରାଯିବ।
-------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା