
ଶ୍ରୀନଗର, ଜୁଲାଇ 25 (ହି.ସ)। କାର୍ଗିଲ ବିଜୟ ଦିବସ ସମାରୋହରେ ଯୋଗଦେବା ପାଇଁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶନିବାର ଦିନ ଶ୍ରୀନଗରରେ ପହଞ୍ଚିଛନ୍ତି। ଜାମ୍ମୁ-କାଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ବିମାନବନ୍ଦରରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ।
ଦୁଇ ଦିନିଆ ଲଦାଖ ଗସ୍ତରେ ଆସିଥିବା ପ୍ରତିରକ୍ଷା ମନ୍ତ୍ରୀ, ଶ୍ରୀ ସିଂହ 27ତମ କାର୍ଗିଲ ବିଜୟ ଦିବସ ସମାରୋହରେ ଯୋଗଦେବେ ବୋଲି ଅଧିକାରୀମାନେ କହିଛନ୍ତି।
ଅଧିକାରୀଙ୍କ କହିବା ଅନୁଯାୟୀ, ପ୍ରତିରକ୍ଷା ମନ୍ତ୍ରୀ ସିଧାସଳଖ ବିମାନ ଯୋଗେ ଦ୍ରାସରେ ପହଞ୍ଚିବାର ଥିଲା, କିନ୍ତୁ ଖରାପ ପାଗ କାରଣରୁ ହେଲିକପ୍ଟରଟି ଉଡ଼ାଣ ଭରିପାରିନଥିଲା। ଏହାପରେ ପ୍ରତିରକ୍ଷା ମନ୍ତ୍ରୀ ସଡ଼କ ପଥରେ ଦ୍ରାସ ଅଭିମୁଖେ ଯାତ୍ରା କରିଥିଲେ। ଦୁଇ ଦିନିଆ କାର୍ଗିଲ ବିଜୟ ଦିବସ ଉତ୍ସବ ଶନିବାର ଦିନ ଦ୍ରାସରେ ଆରମ୍ଭ ହୋଇଛି।
--------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା