
ଜାତୀୟ ପତାକାକୁ ବଗଡ଼ା ଆରାଇଙ୍କ ଅସମ୍ମାନ, କାରଣ ଦର୍ଶାଅ ନୋଟିସ୍ ଜାରି କଲେ ତହସିଲଦାର
ଖସିଯିବେକି ବଗଡ଼ା ରାଜସ୍ୱ ନିରୀକ୍ଷକ!
କେନ୍ଦ୍ରାପଡ଼ା, ୨୧ ଅଗଷ୍ଟ(ହି.ସ.) – ସାରା ଦେଶ ଅଗଷ୍ଟ ୧୫ରେ ସ୍ୱାଧୀନତା ଦିବସ ପାଳନ କରୁଥିବା ବେଳେ କେନ୍ଦ୍ରାପଡ଼ା ତହସିଲର ବଗଡ଼ା ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଜାତୀୟ ପତାକା ଉତୋଳନ କରାଯାଇନଥିଲା। ଖାଲି ଏତିକି ନୁହେଁ ଏଭଳି ଗୁରୁତ୍ୱପୂର୍ଣ୍ଣ ଜାତୀୟ ଦିବସରେ ସରକାରୀ ଅଫିସ୍ ମଧ୍ୟ ଖୋଲାଯାଇନଥିବା ଦେଖିବାକୁ ମିଳିଥିଲା। ଯାହାକି ବୁଦ୍ଧିଜୀବୀ ଏଭଳି ଦିନରେ ଜାତୀୟ ପତାକା ଉତୋଳନକୁ ରାଜସ୍ୱ ନିରୀକ୍ଷକ ଅବମାନନା କରିବା ବୁଦ୍ଧିଜୀବୀ ମହଲରେ ଉଦବେଗ ପ୍ରକାଶ ପାଇଛି। ରାଜସ୍ୱ ନିରୀକ୍ଷକଙ୍କ କାର୍ୟ୍ୟାଳୟରେ ତାଲା ପଡି ରହିଥିବା ଚିତ୍ର ସାମ୍ନାକୁ ଆସିଥିଲା। ବଗଡ଼ା ରାଜସ୍ୱ ନିରୀକ୍ଷକ ଚାର୍ଜରେ ଥିବା ସହକାରୀ ରାଜସ୍ୱ ନିରୀକ୍ଷକଙ୍କ ବେଫିକର ମନୋଭାବକୁ ପଦାରେ ପକାଇଛି।ଖାଲି ଏତିକି ନୁହେଁ ଅଫିସ ଖୋଲିବା ତ ଦୂରର କଥା ଅଫିସ୍ ଆଗରେ ଥିବା ଗେଟ୍ ମଧ୍ୟ ଖୋଲା ମୁକୁଳା ପଡ଼ିଥିବା ଦେଖିବାକୁ ମିଳିଛି। ସହକାରୀ ରାଜସ୍ୱ ନିରୀକ୍ଷକ ତାଲା ପକାଇବାକୁ ବି ଭୁଲି ଯାଉଛନ୍ତି ନାଁ ସମୟ ହେଉନାହି ତାହା ମଧ୍ୟ ବଡ଼ ପ୍ରଶ୍ନବାଚୀ। ଅନ୍ୟପକ୍ଷରେ କେନ୍ଦ୍ରାପଡ଼ା ତହସିଲଦାର କୁଇନି ଜେନା ସମସ୍ତ ରାଜସ୍ୱ ନିରୀକ୍ଷକଙ୍କୁ ନିଜ ନିଜ କାର୍ୟ୍ୟାଳୟରେ ପତାକା ଉତୋଳନ କରିବାକୁ ନିର୍ଦ୍ଦେଶ ଦେଇଥିବା ଜଣାପଡିଥିଲା। ଏହି ଘଟଣାରେ ବଗଡ଼ା ରାଜସ୍ୱ ନିରୀକ୍ଷକ ପ୍ରଭାସିନୀ ବେହେରାଙ୍କୁ ଆଜି କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହ ୦୩ଦିନ ଭିତରେ ଉତର ରଖିବାକୁ ଚିଠି କରିଛନ୍ତି ତହସିଲଦାର। ରାଜସ୍ୱ ନିରୀକ୍ଷକ ନିଜର ଶାରିରୀକ ଅସୁସ୍ଥତାକୁ ଆଳ ଦେଖାଇ ତହସିଲଦାରଙ୍କୁ ହାତବାରିସୀ କରି ଖସିଯିବାକୁ ମସୁଧା ଚଳାଇଥିବା ବିଶ୍ୱସ୍ତ ସୂତ୍ରରୁ ପ୍ରକାଶ।କିନ୍ତୁ ତହସିଲଦାରଙ୍କ ଚିଠି ପାଇବା ପରେ ରାଜସ୍ୱ ନିରୀକ୍ଷକଙ୍କ ଉତରରେ କି କାର୍ୟ୍ୟାନୁଷ୍ଠାନ ନେଉଛନ୍ତି ତହସିଲଦାର ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
.......................................
ହିନ୍ଦୁସ୍ଥାନ ସମାଚାର / ରବି