ନାଟିଦେଉଳ ବ୍ଲକରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ, ଠେଙ୍ଗାବାଡ଼ି ଜବତ

ସମ୍ବଲପୁର, ୨୧, ଅଗଷ୍ଟ (ହି.ସ.) ସମ୍ବଲପୁର ଜିଲ୍ଲା ନାଟିଦେଉଳ ବ୍ଲକ କାର୍ଯ୍ୟାଳୟରେ ଆଜି ପଞ୍ଚାୟତ ସମିତି ବୈଠକ ହୋଇଯାଇଛି । ମାତ୍ର ବ୍ଲକ ପରିସରରେ ବୈଠକ ଚାଲିଥିବା ବେଳେ କେତେକ ନିର୍ମାଣ କାର୍ଯ୍ୟର ଠିକା ଓ ସରକାରୀ ଯୋଜନାର ସୁଫଳ ଆବଣ୍ଟନକୁ ନେଇ କାର୍ଯ୍ବାୟାଳୟ ବାହାରେ ବିଜେଡି ଓ ବିଜେପି କର୍ମୀଙ୍କ ମଧ୍ୟରେ ତୀବ୍ର ମତଭେଦ ସହ ଗଣ୍ଡଗୋଳ ଘଟିଥିବା ଅଭିଯୋଗ ହୋଇଛି । ଏହି ବୈଠକରେ ରେଙ୍ଗାଲି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କ ଉପସ୍ଥିତିରେ ଆଲୋଚନା ଚାଲିଥିବା ବେଳେ ବିଜେପିକୁ ଉପେକ୍ଷା କରାଯାଇ କିଛି ବିଜେଡି ସପକ୍ଷରେ ମତ ପ୍ରକାଶ ପାଇଥିଲା। ଯାହାକୁ କେନ୍ଦ୍ର କରି ବିଜେଡ଼ି ଓ ବିଜେପି ଦୁଇ ଦଳର କର୍ମୀଙ୍କ ମଧ୍ୟରେ ପ୍ରଥମେ ବଚସା ଏବଂ ପରେ ହାତାହାତି ପର୍ଯ୍ୟନ୍ତ କଥା ଯାଇଥିବା ଜଣାପଡ଼ିଛି।

କିଛି ସମୟ ମଧ୍ୟରେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇ ସମଗ୍ର ବ୍ଲକ କାର୍ଯ୍ୟାଳୟ ଏକ ରଣକ୍ଷେତ୍ର ପାଲଟିଥିଲା। ଖବର ପାଇ ତୁରନ୍ତ ନାଟିଦେଉଳ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ନିୟନ୍ତ୍ରଣ କରିବା ସହ ଉଭୟ ଦଳର କର୍ମୀଙ୍କ ଠାରୁ ଠେଙ୍ଗାବାଡି ଓ ଅନ୍ୟାନ୍ୟ ମାରଣାସ୍ତ୍ର ଜବତ କରି ନେଇଥିଲା ।ଏନେଇ ବିଜେପି ବ୍ଲକ ଉପସଭାପତି ପ୍ରମୋଦ କୁମାର ସାହୁ କହିଥିଲେ ବିଜେପିର କର୍ମୀମାନେ ଗଣ୍ଡଗୋଳ ଆରମ୍ଭ କରିନଥିଲେ। ବିଜେଡି କର୍ମୀମାନେ ପ୍ରଥମେ ଗଣ୍ଡଗୋଳ କରିବାରୁ ବିଜେପି କର୍ମୀ ଏହାର ପ୍ରତିବାଦ କରିଥିଲେ। ପରେ ଦୁଇ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିବା ମଧ୍ୟ ସେ ସ୍ବୀକାର କରିଥିଲେ। ଅପରପକ୍ଷେ ବିଜେଡିର ତୃଣମୂଳ ସ୍ତରକୁ ସଜାଡିବା ପାଇଁ ରେଢ଼ାଖୋଲ ବିଧାୟକ ଶ୍ରୀ ଆଚାର୍ଯ୍ୟ କେଉଁ ମନ୍ତ୍ର ଫୁଙ୍କିଲେ ଯେ ଯାହା ଉପସ୍ଥିତ ବିଜେପି କର୍ମକର୍ତ୍ତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଥିଲା ତାହା ଜିଲ୍ଲା ଓ ରାଜ୍ୟ ବିଜେପି ଅନୁସନ୍ଧାନ କରିବା ଆବଶ୍ୟକ ବୋଲି ସାଧାରଣରେ ଶୁଣିବାକୁ ମିଳିଛି ।

---------------

ହିନ୍ଦୁସ୍ଥାନ ସମାଚାର / ଶୈଳେଶ

 rajesh pande