ସୁବ୍ୟବସ୍ଥିତ ଭୋଟର ଶିକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ଭାଗୀଦାରି କାର୍ଯ୍ୟକ୍ରମ : ରାଇରଙ୍ଗପୁର, ଜାମଦା ଓ ବହଳଦା ଠାରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ
ରାଇରଙ୍ଗପୁର, ୨୧ ଅଗଷ୍ଟ (ହି.ସ.)- ବାମନଘାଟୀ ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ବ୍ଲକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଇଲେକ୍ଟ୍ରୋରାଲ ଲିଟେରାସି କ୍ଲବ୍ ପକ୍ଷରୁ ଭୋଟର, ସଚେତନତା ଶିବିର ଅନୁଷ୍ଠିତ ହେଉଛି। ଭାରତର ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶନରେ ଉକ୍ତ ଫ୍ଲାଗସିପ କାର୍ଯ୍ୟକ୍ରମର
ସୁବ୍ୟବସ୍ଥିତ ଭୋଟର ଶିକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ଭାଗୀଦାରି କାର୍ଯ୍ୟକ୍ରମ : ରାଇରଙ୍ଗପୁର, ଜାମଦା ଓ ବହଳଦା ଠାରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ-୩


ସୁବ୍ୟବସ୍ଥିତ ଭୋଟର ଶିକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ଭାଗୀଦାରି କାର୍ଯ୍ୟକ୍ରମ : ରାଇରଙ୍ଗପୁର, ଜାମଦା ଓ ବହଳଦା ଠାରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ-୨


ସୁବ୍ୟବସ୍ଥିତ ଭୋଟର ଶିକ୍ଷା ଓ ନିର୍ବାଚନ ପ୍ରକ୍ରିୟାରେ ଭାଗୀଦାରି କାର୍ଯ୍ୟକ୍ରମ : ରାଇରଙ୍ଗପୁର, ଜାମଦା ଓ ବହଳଦା ଠାରେ ଭୋଟର ସଚେତନତା ଶିବିର ଅନୁଷ୍ଠିତ


ରାଇରଙ୍ଗପୁର, ୨୧ ଅଗଷ୍ଟ (ହି.ସ.)- ବାମନଘାଟୀ ଉପଖଣ୍ଡ ଅଧିନସ୍ଥ ବିଭିନ୍ନ ବ୍ଲକରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ଇଲେକ୍ଟ୍ରୋରାଲ ଲିଟେରାସି କ୍ଲବ୍ ପକ୍ଷରୁ ଭୋଟର, ସଚେତନତା ଶିବିର ଅନୁଷ୍ଠିତ ହେଉଛି। ଭାରତର ନିର୍ବାଚନ ଆୟୋଗଙ୍କ ମାର୍ଗଦର୍ଶନରେ ଉକ୍ତ ଫ୍ଲାଗସିପ କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭୋଟର ସଚେତନତା ସୃଷ୍ଟି, ଭୋଟର ତାଲିକାରେ ନାମ ପଞ୍ଜିକରଣ ବୃଦ୍ଧି କରିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ଭୋଟରଙ୍କୁ ଅଂଶ ଗ୍ରହଣ କରିବା ପାଇଁ ଉତ୍ସାହିତ କରିବା।

ଏହି କ୍ରମରେ ଆଜି ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ, ଜାମଦା ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟ ଓ ବହଳଦା ଧୀରଜଲାଲ ମହାବିଦ୍ୟାଳୟ ଠାରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ରାଇରଙ୍ଗପୁର ମହାବିଦ୍ୟାଳୟ ଠାରେ ରାଇରଙ୍ଗପୁର ଉପଜିଲ୍ଲାପାଳ ତଥା ନିର୍ବାଚନୀ ପଞ୍ଜିକରଣ ଅଧିକାରୀ ଉଗ୍ରେସନ ଓରାମ ବ୍ଲକର ଏଵିଡିଓ ତଥା ସହକାରୀ ନିର୍ବାଚନୀ ପଞ୍ଜିକରଣ ଅଧିକାରୀ ସୁରେଇ ମାର୍ଣ୍ଡି, ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ତହସିଲଦାର ଭବାନୀ ପ୍ରସାଦ ସାହୁ ପ୍ରମୁଖଙ୍କ ସମେତ ମହାବିଦ୍ୟାଳୟର ଅଧ୍ୟକ୍ଷ ଓ ଅନ୍ୟମାନେ ଯୋଗ ଦେଇଥିଲେ। ଅଧ୍ୟାପକ ବିଜୟ ରାମ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ। ସେହିପରି ବହଳଦା ଠାରେ ତହସିଲଦାର ତଥା ସହକାରୀ ନିର୍ବାଚନୀ ପଞ୍ଜିକରଣ ଅଧିକାରୀ ଶିବ ପ୍ରସାଦ ମୁର୍ମୁ, ଅତିରିକ୍ତ ତହସିଲଦାର ଅନିଲ କୁମାର ଦାସଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଜାମଦା ଠାରେ ବୁଥ ସ୍ତରୀୟ ଅଧିକାରୀ ଓ ସୁପରଭାଇଜରମାନେ ଯୋଗ ଦେଇ ମହାବିଦ୍ୟାଳୟର ବିଦ୍ୟାର୍ଥୀମାନଙ୍କୁ ଗଣତାନ୍ତ୍ରିକ ପ୍ରକ୍ରିୟାରେ ନିଷ୍ଠାପର ଏବଂ ନୈତିକ ଭାଗୀଦାରି ସମ୍ପର୍କରେ ଅବଗତ କରିଥିଲେ। ଗଣତନ୍ତ୍ରରେ ପ୍ରତ୍ୟେକ ଭୋଟର ମୂଲ୍ୟ କେତେ ଗୁରୁତ୍ବପୂର୍ଣ୍ଣ ଏବଂ ସଂବିଧାନ ପ୍ରଦତ୍ତ ନିର୍ବାଚନୀ ଅଧିକାର ତଥା ଦାୟିତ୍ବ କିପରି ଦେଶ ଗଠନରେ ସହାୟକ ସେ ବିଷୟରେ ଆଲୋକପାତ କରିଥିଲେ । ଏହା ସହିତ ଇଆରଓ ଏବଂ ଏଇଆରଓ ଯୁବପିଢ଼ିଙ୍କ ପାଇଁ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପ୍ରକ୍ରିୟା ଏବଂ ବର୍ତମାନ ଚାଲୁ ରହିଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟାର ବିସ୍ତୃତ ତଥ୍ୟ ପ୍ରଦାନ କରିଥିଲେ । ୧୮ ବର୍ଷ ବୟସ ପୂରଣ କରିଥିବା ପ୍ରତ୍ୟେକ ଯୋଗ୍ୟ ନାଗରିକ ନିଜ ନାମ ଭୋଟର ତାଲିକାରେ ସାମିଲ କରିବା ସହ ନିଜ ଅଧିକାର ସାବ୍ୟସ୍ତ କରିବାକୁ ସେ ଆହ୍ବାନ ଦେଇଥିଲେ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଭୋଟର ସଚେତନତା କାର୍ଯ୍ୟକ୍ରମକୁ ନେଇ କୁଇଜ଼ ପ୍ରତିଯୋଗିତା ଆୟୋଜିତ ହୋଇଥିଲା ଏବଂ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀଙ୍କ ସହ ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ ।

ହିନ୍ଦୁସ୍ଥାନ ସମାଚାର / ପ୍ରଦୀପ୍ତ


 rajesh pande