ନୁପୁର-୨୦୨୬ କାର୍ଯ୍ୟକ୍ରମରେ ଜୟପୁରର ପ୍ରତ୍ୟାଶା ମିଶ୍ରଙ୍କ ନୃତ୍ୟ ପ୍ରଦର୍ଶନ
ଜୟପୁର, ୨୧ ଅଗଷ୍ଟ(ହି.ସ.) – ନୁପୁର ନୃତ୍ୟସଂସ୍ଥା ତରଫରୁ ଭୁବନେଶ୍ୱର ରବିନ୍ଦ୍ରମଣ୍ଡପ ଠାରେ ଅଗଷ୍ଟ ୨୦ରୁ ୨୨ ପର୍ଯ୍ୟନ୍ତ ଆୟୋଜିତ ମଲ୍ଲାହ-୨୦୨୬ କାର୍ଯ୍ୟକ୍ରମରେ ଜୟପୁରର ପ୍ରତ୍ୟାଶା ମିଶ୍ର ଯୋଗଦେଇ ପୁରସ୍କୃତ ହୋଇଛନ୍ତି। ପ୍ରକାଶ ଥାଉକି,ଏହି ସଂସ୍ଥା ପ୍ରତ୍ୟେକବର୍ଷ ନୃତ୍ୟକଳାର ବିକାଶ ଓ ପ୍ରୋତ୍ସା
ନୁପୁର-୨୦୨୬ କାର୍ଯ୍ୟକ୍ରମରେ ଜୟପୁରର ପ୍ରତ୍ୟାଶା ମିଶ୍ରଙ୍କ ନୃତ୍ୟପ୍ରଦର୍ଶନ


ଜୟପୁର, ୨୧ ଅଗଷ୍ଟ(ହି.ସ.) – ନୁପୁର ନୃତ୍ୟସଂସ୍ଥା ତରଫରୁ ଭୁବନେଶ୍ୱର ରବିନ୍ଦ୍ରମଣ୍ଡପ ଠାରେ ଅଗଷ୍ଟ ୨୦ରୁ ୨୨ ପର୍ଯ୍ୟନ୍ତ ଆୟୋଜିତ ମଲ୍ଲାହ-୨୦୨୬ କାର୍ଯ୍ୟକ୍ରମରେ ଜୟପୁରର ପ୍ରତ୍ୟାଶା ମିଶ୍ର ଯୋଗଦେଇ ପୁରସ୍କୃତ ହୋଇଛନ୍ତି।

ପ୍ରକାଶ ଥାଉକି,ଏହି ସଂସ୍ଥା ପ୍ରତ୍ୟେକବର୍ଷ ନୃତ୍ୟକଳାର ବିକାଶ ଓ ପ୍ରୋତ୍ସାହନ ପାଇଁ ମହା ଆଡ଼ମ୍ବରରେ ଏହିଭଳି କାର୍ଯ୍ୟକ୍ରମର ଆୟୋଜନ କରିଥାଆନ୍ତି। ପ୍ରେରଣା ଡ୍ୟାନ୍ସ ଏକାଡେମୀ ଜୟପୁର ତରଫରୁ ପ୍ରତ୍ୟାଶା ମିଶ୍ର ତ୍ରାହି ଦୁର୍ଗା' ଓଡ଼ିଶୀ ନୃତ୍ୟ ପରିବେଷଣ କରି ପ୍ରଶଂସିତ ହୋଇଛନ୍ତି। ସୁଶ୍ରୀ ମିଶ୍ର ଜୟପୁର ସରସ୍ୱତୀ ବିଦ୍ୟା ମନ୍ଦିର, ଶାରଦା ବିହାରରେ ଅଷ୍ଟମ ଶ୍ରେଣୀରେ ଅଧ୍ୟୟନ କରିବା ସହ ପ୍ରେରଣା ଡାନ୍ସ ଏକାଡେମୀର ଜଣେ ପ୍ରଶିକ୍ଷାର୍ଥୀ ଅଟନ୍ତି। ଆଜିର ସଫଳତା ପାଇଁ ପ୍ରତ୍ୟାଶା ମିଶ୍ର ପ୍ରେରଣା ଡାନ୍ସ ଏକାଡେମୀର ଗୁରୁ ଶ୍ରୀମତୀ ସୁସ୍ମିତା ରଥ, ଦୀପକ କୁମାର ସାର ଏବଂ ନୁପୁର ସଂସ୍ଥାକୁ ଧନ୍ୟବାଦ ଅର୍ପଣ କରିଛନ୍ତି।

.......................................

ହିନ୍ଦୁସ୍ଥାନ ସମାଚାର / ପିକେପି


 rajesh pande