
ଜୟପୁର, ୨୧ ଅଗଷ୍ଟ (ହି.ସ.) - ଫେରାର ୩ ଅଭିଯୁକ୍ତ କୁ ଗିରଫ କରିଛି ଜୟପୁର ସଦର ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ପଢେଇକେରା ଗ୍ରାମର ବିପିନ ନାୟକ (୩୨) ଓ ଲକ୍ଷ୍ମୀଣ ନାୟକ (୪୦),ଘାଟବାଗ୍ରା ମଧୁ ବିଷୋୟୀ (୪୦)ା ସୁଚନା ଅନୁଯାଇ ଜୟପୁର ସଦର ଥାନା ରେ ୩ ଅଭିଯୁକ୍ତ ନାମରେ ଅପରାଧିକ ମାମଲା ରହିଥିଲା । ସେହି ଦିନ ଠାରୁ ସେ ମାନେ ଫେରାର ଥିବା ବେଳେ ଆଜି ଗିରଫ କରି କୋର୍ଟ ଚାଲାଣ କରିଥିବା ବିଷୟ ଜୟପୁର ସଦର ଥାନା ଅଧିକାରି ସଚିନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି ।
ହିନ୍ଦୁସ୍ଥାନ ସମାଚାର / ପିକେପି