
ଭଦ୍ରକ, ୨୧ ଅଗଷ୍ଟ (ହି.ସ.) - ଭଦ୍ରକ ବ୍ଲକ କଲେଇ ପଂଚାୟତର ଚୁନିଦା ସ୍ଥିତ ପ୍ରତିଷ୍ଠିତ ମା’ କ୍ଷେତ୍ରବାସୀ ଓ ମା ସ୍ୱପ୍ନେଶ୍ୱରୀ ସନ୍ତୋଷୀ ମନ୍ଦିରରେ ଦୁର୍ବୁତ ମାନେ ବିଳମ୍ବିତ ରାତ୍ରିରେ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି କରି ନେଇଛନ୍ତି। ସକାଳେ ଗ୍ରାମବାସୀ ମନ୍ଦିରର ପାର୍ଶ୍ୱ ଗେଟର ଚାବି ଭଙ୍ଗା ଯିବାର ଦେଖି ମା’ କ୍ଷେତ୍ରବାସୀ ମନ୍ଦିର କମିଟିର ସଭାପତି, ସମ୍ପାଦକ ଓ ମା ସନ୍ତୋଷୀ ମନ୍ଦିର କମିଟିର କୃଷ୍ଣଚନ୍ଦ୍ର ବେହେରାଙ୍କୁ କହିଥିଲେ। କ୍ଷେତ୍ରବାସୀ ମନ୍ଦିର କମିଟିର ସଭାପତି ଗୌରଗୋପାଳ ଜେନା ଓ ସହ ସମ୍ପାଦକ ମହେନ୍ଦ୍ର ମହେନ୍ଦ୍ର କୁମାର ମଲ୍ଲିକ ଆଜି ଭଦ୍ରକ ଗ୍ରାମାଂଚଳ ଥାନାରେ ମନ୍ଦିର ଚୋରି ସମ୍ପର୍କରେ ଏତଲା ଦାୟର କରିଛନ୍ତି। ଏ ଘଟଣା ସମ୍ପର୍କରେ ଥାନାଧିକାରୀ ସୁବ୍ରତ ଦାସଙ୍କୁ ପଚାରିବାରେ ଖୁବ ଶୀଘ୍ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ
ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ