ଶ୍ରୀ ବଳଦେବଜୀଉ ମନ୍ଦିର ସିଂହଦ୍ଵାରରେ ଲାଗିଲା ପିତଳ ଯାଉଁଳି କବାଟ
କେନ୍ଦ୍ରାପଡ଼ା, ୬ ଅଗଷ୍ଟ (ହି.ସ.)- ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ସିଂହଦ୍ୱାରରେ ଏକ ନବନିର୍ମିତ ପିତଳ ଛାଉଣୀ ଯାଉଁଳି କବାଟ ଲଗାଯାଇଛି। ୪ କୁଇଣ୍ଟାଲ ୫୦ କିଲୋ ଗ୍ରାମର ପିତଳରେ ପ୍ରସ୍ତୁତ ଏହି କବାଟକୁ ପିଆଶାଳ କାଠ ଉପରେ ସ୍ଥାପନ କରାଯାଇଛି।ଖୋର୍ଦ୍ଧା ଜିଲ୍ଲା ବାଳକାଟି
ଶ୍ରୀ ବଳଦେବଜୀଉ ମନ୍ଦିର ସିଂହଦ୍ୱାରରେ ଲାଗିଲା ପିତଳ ଯାଉଁଳି କବାଟ


କେନ୍ଦ୍ରାପଡ଼ା, ୬ ଅଗଷ୍ଟ (ହି.ସ.)- ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ସିଂହଦ୍ୱାରରେ ଏକ ନବନିର୍ମିତ ପିତଳ ଛାଉଣୀ ଯାଉଁଳି କବାଟ ଲଗାଯାଇଛି। ୪ କୁଇଣ୍ଟାଲ ୫୦ କିଲୋ ଗ୍ରାମର ପିତଳରେ ପ୍ରସ୍ତୁତ ଏହି କବାଟକୁ ପିଆଶାଳ କାଠ ଉପରେ ସ୍ଥାପନ କରାଯାଇଛି।ଖୋର୍ଦ୍ଧା ଜିଲ୍ଲା ବାଳକାଟି ଅଞ୍ଚଳର ହିରାପୁର ଗାଁର କାରିଗର ସମୀର ଦାସଙ୍କ ନେତୃତ୍ବରେ ୧୫ ଜଣ କାରିଗର ଏହାକୁ ପ୍ରସ୍ତୁତ କରିବା ପାଇଁ ୨ ମାସ ସମୟ ନେଇଥିଲେ। କବାଟର ଉଚ୍ଚତା ୯ ଫୁଟ ହୋଇଥିବା ବେଳେ ଏହାର ଚଉଡା ୮ ଫୁଟ ରହିଛି। ସ୍ଥାନୀୟ ଅଞ୍ଚଳର କିଛି ବଦାନ୍ୟ ବ୍ୟକ୍ତିଙ୍କ ସହଯୋଗରେ ଏହି କବାଟ ତିଆରି ହୋଇଛି।

ଏହି ପିତଳ କବାଟ ଲାଗିବା ବେଳେ କେନ୍ଦ୍ରାପଡା ଜିଲାପାଳ ରଘୁରାମ ଆର ଆୟର, ଏସ୍ପି ସିଦ୍ଧାର୍ଥ କଟାରିଆ, ପଣ୍ଡିତ ହୃଷିକେଶ ରଥ, ଦେବୋତ୍ତର ଅଧିକାରୀ ବଳଭଦ୍ର ପତ୍ରୀ, ବିଜେପି ନେତା ଭୁବନ ମୋହନ ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଶ୍ରୀ ବଳଦେବଜୀଉଙ୍କ ସୁନାବେଶ ପାଇଁ ସହାୟତା କରିବାକୁ ମନ୍ଦିର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁ ମାନଙ୍କୁ ନିବେଦନ କରାଯାଇଛି।

ହିନ୍ଦୁସ୍ଥାନ ସମାଚାର / ରବି


 rajesh pande