୭୨ତମ ରାଜ୍ୟସ୍ତରୀୟ ଜୁନିୟର ଆଥଲେଟିକ ମିଟ୍, ଭଦ୍ରକରୁ ୧୬ ଜଣିଆ ଟିମ୍ ଅଂଶଗ୍ରହଣ କରିବେ
ଭଦ୍ରକ, ୬ ଅଗଷ୍ଟ (ହି.ସ.) - ଆସନ୍ତାକାଲି ଅଗଷ୍ଟ ୭ ରୁ ୯ ତାରିଖ ମଧ୍ୟରେ ମୟୂରଭଂଜ ଜିଲାର ରାଇରଙ୍ଗପୁରରେ ୭୨ତମ ରାଜ୍ୟସ୍ତରୀୟ ଜୁନିୟର ଆଥଲେଟିକ ମିଟ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଭଦ୍ରକ ଜିଲାରୁ ଏକ ୧୬ ଜଣିଆ ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ଖେଳାଳୀମାନଙ୍କର ଏକ ଜିଲାସ୍ତରୀୟ ପ୍ର
RAJYASTARIYA KHELAKUDA MEET


ଭଦ୍ରକ, ୬ ଅଗଷ୍ଟ (ହି.ସ.) - ଆସନ୍ତାକାଲି ଅଗଷ୍ଟ ୭ ରୁ ୯ ତାରିଖ ମଧ୍ୟରେ ମୟୂରଭଂଜ ଜିଲାର ରାଇରଙ୍ଗପୁରରେ ୭୨ତମ ରାଜ୍ୟସ୍ତରୀୟ ଜୁନିୟର ଆଥଲେଟିକ ମିଟ୍ ଅନୁଷ୍ଠିତ ହେବାକୁ ଯାଉଛି। ଏହି ପ୍ରତିଯୋଗିତାରେ ଭଦ୍ରକ ଜିଲାରୁ ଏକ ୧୬ ଜଣିଆ ଦଳ ଅଂଶଗ୍ରହଣ କରୁଛନ୍ତି। ଏହି ଖେଳାଳୀମାନଙ୍କର ଏକ ଜିଲାସ୍ତରୀୟ ପ୍ରତିଯୋଗିତା ଗତ ଜୁଲାଇ ୨୬ ତାରିଖରେ ଭଦ୍ରକ କଲେଜ ପଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ଭଦ୍ରକ ଡିଷ୍ଟ୍ରିକ୍ଟ ଆଥେଲେଟିକ୍ ଆସୋସିଏସନ୍ ର ସଂପାଦକ ଧୀରେନ ପଲାଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଏହି ପ୍ରତିଯୋଗିତାରେ ୨୨୩ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୬ ଜଣ ପ୍ରତିଯୋଗୀ ଶ୍ରେଷ୍ଠ ବିବେଚିତ ହୋଇ ରାଜ୍ୟସ୍ତରୀୟ ମିଟ୍ରେ ଅଂଶଗ୍ରହଣ କରିବା ପାଇଁ ଚୟନ କରାଯାଇଥିଲା। ତେବେ ଆଜି ଏହି ପ୍ରତିଯୋଗୀ ଦଳ ରାଇରଙ୍ଗପୁର ଯିବା ପୂର୍ବରୁ ଜିଲାପାଳ ସୋମେଶ କୁମାର ଉପାଧ୍ୟାୟ ସେମାନଙ୍କୁ ଏକ ସୌହାର୍ଦ୍ଧ୍ୟପୂର୍ଣ୍ଣ ବାତାବରଣରେ ଅଭିନନ୍ଦନ ଜଣାଇ ଖେଳାଳୀଙ୍କର ସଫଳତା କାମନା କରିଛନ୍ତି। ଜିଲାପାଳଙ୍କୁ ସାକ୍ଷାତ୍ ସମୟରେ କ୍ରୀଡା ଅଧିକାରୀ ତଥା ଡେପୁଟି କଲେକ୍ଟର ଦେବଦତ ମହାପାତ୍ର, ଆଇନ୍ଜୀବୀ ଯତିକାନ୍ତ ନାୟକ, ଓଏସ୍ଡି ରମେଶ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ହିନ୍ଦୁସ୍ଥାନ ସମାଚାର / ପ୍ରମୋଦ କୁମାର ରାୟ


 rajesh pande