‘ସମ୍ଭାବନା-୨୦୨୭’ର ଶୁଭାରମ୍ଭ : ମାଟ୍ରିକ ପରୀକ୍ଷାରେ ନୂଆପଡ଼ାକୁ ରାଜ୍ୟରେ ପ୍ରଥମ କରିବାକୁ ଜିଲ୍ଲାପାଳଙ୍କ ଆହ୍ୱାନ
ନୂଆପଡ଼ା, ୬ ଅଗଷ୍ଟ (ହି.ସ.)- ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମନାଠାରେ ନୂଆପଡ଼ା ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆ
Sambhabana 2027 udghatita


ନୂଆପଡ଼ା, ୬ ଅଗଷ୍ଟ (ହି.ସ.)- ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କୋମନାଠାରେ ନୂଆପଡ଼ା ଜିଲ୍ଲାର ସମସ୍ତ ପ୍ରଧାନ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକଙ୍କୁ ନେଇ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ପ୍ରଶାନ୍ତ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ଆୟୋଜିତ ବୈଠକରେ ଜିଲ୍ଲାପାଳ ମଧୁସୂଦନ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ଶିକ୍ଷା କ୍ଷେତ୍ରରେ ହାସଲ ହୋଇଥିବା ସଫଳତାର ସମୀକ୍ଷା କରିବା ସହ ଚଳିତ ଶିକ୍ଷାବର୍ଷର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷାରେ ନୂଆପଡ଼ାକୁ ସମଗ୍ର ରାଜ୍ୟରେ ପ୍ରଥମ ସ୍ଥାନରେ ପହଂଚାଇବା ଲକ୍ଷ୍ୟରେ ‘ସମ୍ଭାବନା-୨୦୨୭’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।

ଏହି ଅବସରରେ ମାଧ୍ୟମିକ ଶିକ୍ଷା ପରିଷଦ, ଓଡ଼ିଶା, କଟକର ଉପସଭାପତି ତଥା ନୂଆପଡ଼ା ଜିଲ୍ଲାର ନୋଡାଲ ଅଧିକାରୀ ଯୋଗଦେଇ ବୋର୍ଡ ପରୀକ୍ଷାର ସଫଳ ପରିଚାଳନା ପାଇଁ ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସ୍ମାରକ ଫଳକ, ମାନପତ୍ର ଓ ଉପଢୌକନ ପ୍ରଦାନ କରି ସମ୍ମାନିତ କରିଥିଲେ।

ବୈଠକରେ ଜିଲ୍ଲାର ୧୫୫ ଜଣ ପ୍ରଧାନ ଶିକ୍ଷୟିତ୍ରୀ ଓ ପ୍ରଧାନ ଶିକ୍ଷକ ଯୋଗଦେଇ ଚଳିତ ଶିକ୍ଷାବର୍ଷ ପାଇଁ କାର୍ଯ୍ୟରୂପରେଖ ପ୍ରସ୍ତୁତ କରିବା ସହ ପରୀକ୍ଷା ଫଳାଫଳରେ ଉନ୍ନତି ଆଣିବା ଦିଗରେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଡ଼. ରେଶମ ଲାଲ ନାଏକ ଏବଂ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଗିରିଧାରୀ ସାଧନ କର୍ମୀ ଭାବେ ଯୋଗଦେଇ ବିଦ୍ୟାଳୟ ପରିଚାଳନା, ଶିକ୍ଷାର ଗୁଣବତା ବୃଦ୍ଧି ଓ ପରୀକ୍ଷା ପ୍ରସ୍ତୁତି ସମ୍ପର୍କରେ ଆଲୋଚନା କରିଥିଲେ। ପଂଚାୟତ ସମିତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଓଡ଼ିଆ ଅଧ୍ୟାପକ ଦୀପକ କୁମାର ଦାଶ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ବିଦ୍ୟାଳୟର ପ୍ରାଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ।

---------------

ହିନ୍ଦୁସ୍ଥାନ ସମାଚାର / ହେମନ୍ତ


 rajesh pande