

ବଲାଙ୍ଗିର 06 ଅଗଷ୍ଟ (ହି.ସ.)
ବଲାଙ୍ଗୀର, ଆଜି ବଲାଙ୍ଗୀରସ୍ଥ କଦମପଡାର ସରସ୍ବତୀ ଶିଶୁ ବିଦ୍ୟା ଜ୍ଞାନ ମନ୍ଦିରରେ ଅଷ୍ଠମ ଶ୍ରେଣିର ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଉପଯୋଗୀ ସରଳ ବୈଜ୍ଞାନିକ ଉପକରଣର ପ୍ରଦର୍ଶନ, ସେମାନଙ୍କ ବ୍ୟବହାର, ଗଠନ ତଥା ନିର୍ମାଣ କୈ।ଶଳ ଏକ ସ୍ବତନ୍ତ୍ର କାଳାଂଶରେ ପ୍ରସ୍ତୁତ କରାଯାଇଥିଲା । ରାଜେନ୍ଦ୍ର ବିଶ୍ବ ବିଦ୍ୟାଳୟର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ.ଅଭିମନ୍ୟୁ ମିଶ୍ରଙ୍କ ମାର୍ଗଦର୍ଶନ ଓ ସଞ୍ଚାଳନରେ
କାଳାଂଶଟି ଛାତ୍ରଛାତ୍ରୀଙ୍କ ପାଇଁ ଉପଯୋଗୀ ହୋଇଥିଲା । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ସନାତନ ମିଶ୍ର ଅଧ୍ୟକ୍ଷତା କରିବା ସହ ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ ମଧ୍ୟ କରିଥିଲେ । ବିଜ୍ଞାନ ପ୍ରମୁଖ ଗୁରୁଜୀ ସରୋଜ ମିଶ୍ର ସହଯୋଗ କରିଥିବା ବେଳେ ଗୁରୁମା ନମିତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
ଏଥି ସହିତ ପ୍ରଜାପତି ଈଶ୍ବରୀୟ ବିଶ୍ବ ବିଦ୍ୟାଳୟର ଚାରିଜଣ କାର୍ଯ୍ୟକର୍ତ୍ତା ଆସି ଛାତ୍ରଛାତ୍ରୀଙ୍କୁ “ନିଶା ମୁକ୍ତ ଅଭିଯାନ”ର ମର୍ମ ବୁଝାଇ ଥିଲେ ।ଏ ବର୍ଷର +୨ ପ୍ରଥମବର୍ଷ ବିଜ୍ଞାନର ନୂତନ ଛାତ୍ରଛାତ୍ରୀଙ୍କୁ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆ ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମ ଗୁଡିକରେ ସଂପାଦକ ତରଣୀସେନ ପଟେଲ, ସଭାପତି ଡ.ଭବାନୀ ଶଙ୍କର ପଟେଲ ଓ ଉପ ସଭାପତି ରବୀନ୍ଦ୍ର କୁମାର ପଣ୍ଡା ଉପସ୍ଥିତ ରହି ସହଯୋଗ କରିଥିଲେ ।
---------------
ହିନ୍ଦୁସ୍ଥାନ ସମାଚାର / ଗୋପବନ୍ଧୁ