
ଜୟପୁର, ୦୬ ଅଗଷ୍ଟ (ହି.ସ ) - ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର ଆନୁକୂଲ୍ୟରେ ଆଜି ଜୟପୁର ଇରିଗେସନ କଲୋନୀ ସାଇ ଅରବିନ୍ଦ ଇଂଟିଗ୍ରାର ଶିକ୍ଷା ଅନୁଷ୍ଠାରେ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏଥିରେ କିଶୋର ନ୍ୟାୟ (ଶିଶୁଙ୍କ ଯତ୍ନ ଏବଂ ସୁରକ୍ଷା) ଆଇନ ପ୍ରାୟତଃ ଜେ ଜେ ଆଇନ ଭାବରେ ସଂକ୍ଷିପ୍ତ ଏବଂ ଶିଶୁଙ୍କ ମାଗଣା ଏବଂ ବାଧ୍ୟତାମୂଳକ ଶିକ୍ଷା ଅଧିକାର ଆଇନ ( ଆରଟିଇ ଆଇନ, ୨୦୦୯) ହେଉଛି ଶିଶୁ ଅଧିକାରକୁ ସୁରକ୍ଷା ଦେଉଥିବା ଦୁଇଟି ଗୁରୁତ୍ୱପୂର୍ଣ୍ଣ ଭାରତୀୟ ଆଇନ। ଶିକ୍ଷା ଅଧିକାର ଆଇନ ୬ ରୁ ୧୪ ବର୍ଷ ବୟସର ପିଲାମାନଙ୍କ ପାଇଁ ମାଗଣା ପ୍ରାଥମିକ ଶିକ୍ଷାର ସୁନିଶ୍ଚିତତା ପ୍ରଦାନ କରେ, ଯେତେବେଳେ ଜେଜେ ଆଇନ ନାବାଳକ ଏବଂ ଯତ୍ନ ଆବଶ୍ୟକ କରୁଥିବା ପିଲାମାନଙ୍କ ପାଇଁ ଯତ୍ନ, ସୁରକ୍ଷା ଏବଂ ପୁନର୍ବାସ ପ୍ରଦାନ କରେ। ଭାରତ ସମେତ ସାରା ବିଶ୍ୱରେ ନିଶା ଏବଂ ମଦ୍ୟପାନ ଏକ ପ୍ରମୁଖ ଚିନ୍ତାର ବିଷୟ ପାଲଟିଛି। ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ, ନିଶା ଚାହିଦା ହ୍ରାସ ପାଇଁ ନୋଡାଲ ମନ୍ତ୍ରଣାଳୟ। ନିଶା ଅପବ୍ୟବହାର ସମସ୍ୟାର ସମାଧାନ ପାଇଁ, ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ ଜାତୀୟ ନିଶା ଚାହିଦା ହ୍ରାସ ଯୋଜନା କାର୍ଯ୍ୟକାରୀ କରୁଛି, ଯାହା ଅଧୀନରେ ସରକାର ଦେଶବ୍ୟାପୀ ଏହି ଲୋକମାନଙ୍କ ମଧ୍ୟରେ ନିଶା ଅପବ୍ୟବହାର ସମସ୍ୟାକୁ ରୋକିବା ପାଇଁ ଏକ ନିରନ୍ତର ଏବଂ ସମନ୍ୱିତ ପଦକ୍ଷେପ ନେଉଛନ୍ତି। ଏଥିରେ ମୁଖ୍ୟ ଅତୀଥୀ ଭାବରେ ପ୍ରଦ୍ୟୋମୟୀ ସୁଜତା ସଚିବ ତଥା ବିଚାର ପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଜୟପୁର, ଏବଂ ସମ୍ମାନୀୟ ଅତୀଥି ଭାବରେ କିଶୋର ନ୍ୟାୟ ବୋର୍ଡ ର ପ୍ରିନ୍ସିପାଲ ମାଜିଷ୍ଟ୍ରେଟ, ମଧୁସ୍ମିତା ଜେନା, ଯୋଗ ଦେଇଥିଲେ ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ଦାଶ, ଚିଫ ଲିଗାଲ ଡେଫନ୍ସ କାଉନସେଲ, ରଚନା ରାଉଳ, ଉଦିତ ନାରାୟଣ ପ୍ରଧାନ ଆସିଷ୍ଟାଣ୍ଟ ଲିଗାଲ ଏଡ ଡିଫେନ୍ସ କାଉନସେଲ ଏବଂ ଅରବିନ୍ଦ ଇଂଟିଗ୍ରାଲ ଶିକ୍ଷା କେନ୍ଦ୍ର ର ପ୍ରଧାନ ଶିକ୍ଷୟୀତ୍ରୀ ସୂଚିସ୍ମୀତା ମହାନ୍ତୀ ଏବଂ ଅନ୍ୟ ଶିକ୍ଷୟତ୍ରୀ ବୃନ୍ଦ ଏହି ଶିବିରରେ ଉପସ୍ଥିତ ରେ ଆଇନ ସାକ୍ଷରତା କ୍ଲବ ର ଛାତ୍ରଛାତ୍ରୀ ମାନଙ୍କୁ ନେଇ କୁଇଜ୍ ପ୍ରତିଯୋଗିତା କରାଯାଇ ପ୍ରଥମ, ଦ୍ୱତୀୟ, ତୃତୀୟ ସ୍ଥାନ ଅଧିକାରୀ କରିଥିବା ଛାତ୍ରଛାତ୍ରି ମାନଙ୍କୁ ସାର୍ଟିଫିକେଟ ସହିତ ଟ୍ରଫି ପ୍ରଦାନ କରାଯାଇଥିଲା।
---------------
ହିନ୍ଦୁସ୍ଥାନ ସମାଚାର / ପିକେପି