
ଭୁବନେଶ୍ୱର, 11 ସେପ୍ଟେମ୍ବର (ହି.ସ.)- ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ । ଏନେଇ ପିସିସିଏଫପ୍ରେମ କୁମାର ଝା
ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଉଦ୍ଧାର ଓରାଙ୍ଗଉଟାନଙ୍କୁ ବଞ୍ଚାଇ ରଖିବା ପ୍ରାଥମିକତା
। ନନ୍ଦନକାନନରେ ସୁସ୍ଥ ଅଛନ୍ତି ୫ ଓରାଙ୍ଗଉଟାନ । 'ଧୀରେ ଧୀରେ ପରିବେଶ ସହ ଖାପ ଖୁଆଇବେ । ବାଲେଶ୍ୱର ବନ ବିଭାଗ ଓ ଏସଟିଏଫ
ମିଳିତ ଭାବେ ଘଟଣାର ତଦନ୍ତ କରୁଛନ୍ତି । ମୂଳଦେଶକୁ ଯିବେ ନା' ନନ୍ଦନକାନନରେ
ରହିବେ ପରେ ନିଷ୍ପତ୍ତି ନିଆଯିବ ବୋଲି ପିସିସିଏଫ କହିଛନ୍ତି ।
---------------
ହିନ୍ଦୁସ୍ଥାନ ସମାଚାର / ସ୍ୱାଗତିକା