
ଭୁବନେଶ୍ୱର,୧୮ ସେପ୍ଟେମ୍ବର (ହି.ସ) - ଏନ୍ଆଇଟି, ରାଉରକେଲାର ବୈଜ୍ଞାନିକମାନଙ୍କ ଦ୍ୱାରା ବିକଶିତ ସ୍ୱଦେଶୀ ଚିପ୍ ଡିଜାଇନ୍ ସେମିକନ୍ ଇଣ୍ଡିଆ ପ୍ରଦର୍ଶନୀରେ ସ୍ଥାନ ପାଇବା ଓଡ଼ିଶା ତଥା ସମଗ୍ର ଦେଶ ପାଇଁ ଅତ୍ୟନ୍ତ ଗର୍ବର ବିଷୟ। ଏହି ଉଲ୍ଲେଖନୀୟ ସଫଳତା ପାଇଁ ଓଡ଼ିଶାର ରାଜ୍ୟପାଳ ଡ଼ଃ ହରି ବାବୁ କମ୍ଭମପାଟି ଏନ୍ଆଇଟି, ରାଉରକେଲାର ବୈଜ୍ଞାନିକ, ଗବେଷକ ତଥା ସମଗ୍ର ଟିମ୍ କୁ ହାର୍ଦ୍ଦିକ ଅଭିନନ୍ଦନ ଜଣାଇଛନ୍ତି।
ରାଜ୍ୟପାଳ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦୂରଦୃଷ୍ଟିସମ୍ପନ୍ନ ନେତୃତ୍ୱରେ ଭାରତ ସେମିକଣ୍ଡକ୍ଟର କ୍ଷେତ୍ରରେ ନିଜସ୍ୱ କ୍ଷମତା ବଢ଼ାଇ ଆତ୍ମନିର୍ଭରତା ହାସଲ କରିବା ଦିଗରେ ଦ୍ରୁତ ଗତିରେ ଅଗ୍ରସର ହେଉଛି। ରାଜ୍ୟପାଳ ଆଶା ପ୍ରକାଶ କରିଛନ୍ତି ଯେ, ଏଭଳି ସ୍ୱଦେଶୀ ପ୍ରଯୁକ୍ତି ଓ ଗବେଷଣା ଭବିଷ୍ୟତରେ ଦେଶର ପ୍ରଯୁକ୍ତି କ୍ଷେତ୍ରକୁ ଆହୁରି ସୁଦୃଢ଼ କରିବ।
---------------
ହିନ୍ଦୁସ୍ଥାନ ସମାଚାର / ବନ୍ଦନା